ହେଡଲାଇନସ୍:

ପୁଣି ଏକ ବିରଳ ଉଦାହରଣ ସୃଷ୍ଟି କଲେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁରି ଭୁରି ପ୍ରଶଂସା କଲେ ସ୍ଥାନୀୟ ଲୋକେ

ବରଗଡ :- ଗତକାଲି ମଧ୍ୟ ରାତିରେ ହଠାତ୍ ଏକ ଫୋନ୍ ଆସିଲା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ପାଖକୁ ଯେ,ଭଟଲି ବ୍ଲକର ଜାମପାଲି (ଉର୍ଦୁନା) ଗ୍ରାମର ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।  ଏହି ସମୟରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ସୋହେଲା ନିକଟସ୍ଥ ହଳଦୀପାଲି ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଥିଲେ । ବର୍ତ୍ତମାନ ସଂକ୍ରମଣ ଭୟରେ ଲୋକେ କରୋନା ସଂକ୍ରମିତ ଶବକୁ ସତ୍କାର କରିବା ପାଇଁ ଲୋକେ ଭୟଭୀତ ହେଉଛନ୍ତି । ତେଣୁ ମନ୍ତ୍ରୀ ଏହି ଖବର ପାଇବାକ୍ଷଣି ତୁରନ୍ତ ନିଜର ଦୁଇ ଜଣ ସହଯୋଗୀଙ୍କ ସହିତ ଲୋକଙ୍କର ସେବାରେ ନିୟୋଜିତ ଆମ୍ବୁଲାନ୍ସ ଗାଡି ଚଳାଇ ସେହି ଗ୍ରାମକୁ ଯାଇ ମୃତକ ଙ୍କର  ଶବର ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କରିଥିଲେ। ମନ୍ତ୍ରୀଙ୍କ ଦୁଇ ସହଯୋଗୀ ଶବକୁ ଘରୁ ବାହାର କରି  ଆମ୍ବୁଲାନ୍ସରେ ରଖିବା ପରେ ମନ୍ତ୍ରୀ ନିଜେ ଗାଡି ଚଳାଇ ସଂକ୍ରମିତ ମୃତକ ଙ୍କର ପାଇଁ ଉଦ୍ଦିଷ୍ଟ ସ୍ମଶାନ କୁ ନେଇଥିଲେ । ସ୍ମଶାନରେ ବିଧିବଦ୍ଧ ଭାବରେ ମଧ୍ୟରାତ୍ରୀରେ ସଂକ୍ରମିତ ମୃତକଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।  ଏହି ସମୟରେ ମନ୍ତ୍ରୀଙ୍କ ସହିତ ଭଟଲି  ବିଡିଓ, ଅତିରିକ୍ତ ତହସିଲଦାର,ବିଜୁ ଜନତା ଦଳର  ବ୍ଲକ୍ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ ଓ ଜଣେ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ଥିଲେ । 

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ କୋବିଡ଼ କଟକଣା ଲାଗିହେବା ପରଠାରୁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କ୍ରମାଗତ ଭାବରେ ପ୍ରତକ୍ଷ ଭାବରେ ଜନସାଧାରଣ ଙ୍କର ସେବାରେ ନିଜକୁ ସମ୍ପୁର୍ଣ୍ଣ ଭାବରେ ନିୟୋଜିତ କରି ଦେଇଛନ୍ତି । ସଂକ୍ରମିତ ବ୍ୟକ୍ତି ଙ୍କୁ ନିଜେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଇବା ହେଉ କି ସଂକ୍ରମିତ ମାନଙ୍କ  ଉପଚାର ଠାରୁ ଆରମ୍ଭ କରି ସଂକ୍ରମିତ ପରିବାର ଙ୍କର ନିକଟକୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ହେଉ । ଗୁରୁତର ରୋଗୀଙ୍କର ପାଇଁ ଆମ୍ବୁଲାନ୍ସ ଯୋଗାଇବା ହେଉ କି ଅକ୍ସୀଜେନ ବ୍ୟବସ୍ଥା କରିବା ହେଉ ଓ ବର୍ତ୍ତମାନ, ସଂକ୍ରମିତ ରୋଗୀର ଅନ୍ତିମ ସଂସ୍କାର । ସେ ସବୁବେଳେ ନିଜ ଜୀବନକୁ ବାଜି ଲଗେଇ  ଲୋକଙ୍କର ପ୍ରତକ୍ଷ ସେବାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମଣର ପରିଚାଳନାକୁ ନେଇ ଅନେକ ପ୍ରକାର ହୀନ ରାଜନୀତି ଚାଲିଛି । ରାଜ୍ୟରେ କୋବିଡ଼ ପରିଚାଳନାକୁ ନେଇ ବିରୋଧୀ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅନେକ ସମାଲୋଚନା କରୁଛନ୍ତି । ଗତକାଲି ମନ୍ତ୍ରୀ ଙ୍କର ଏହି ମହତ କାର୍ଯ୍ୟ ନିଶ୍ଚିତ ଭାବରେ ବିରୋଧୀଙ୍କ ଆଖି ଖୋଲିବାରେ ସକ୍ଷମ ହେବ ବୋଲି ଭଟଲି ନିର୍ବାଚନ ମଣ୍ଡଳୀର ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

 

0
0
0
s2sdefault