ହେଡଲାଇନସ୍:

ବୀରମହାରାଜାପୁର  ବ୍ଲକରେ ମାତିଛନ୍ତି କ୍ବାକ୍ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଁ ଗାଁରେ ଲୋକେ ଜ୍ବରରେ ଆକ୍ରାନ୍ତ : କରୋନା ଭୟରେ ଯାଉନାହାନ୍ତି ଡାକ୍ତରଖାନା ।

ବୀରମହାରାଜାପୁର - (ବିନୋଦ ପାଣ୍ଡେ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ପ୍ରତେକ ଗ୍ରାମରେ ଶହ ଶହ ଲୋକ ଥଣ୍ଡା,  ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି । କରୋନା ଭୟରେ ଲୋକେ ଡାକ୍ତରଖାନା ନଯାଇ ବିଭିନ୍ନ କ୍ୱାକ୍ ମାନଙ୍କ ଠାରୁ ଔଷଧ ଆଣି ଖାଇ ଦେଇ ରହିଯାଉଛନ୍ତି । କ୍ୱାକ୍ ମାନେ ମଧ୍ଯ ଏହାର ଭରପୁର ଫାଇଦା ନେଇ ରୋଗୀଙ୍କୁ ଶୋଷଣ କରୁଛନ୍ତି । ଯାହା ଦ୍ବାରା ସାମାନ୍ଯ ଜର ହେଲେ ଅଧିକ ପରିମାଣରେ ଔଷଧ ଦେଇ ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ଗାଁ ଗୁଡ଼ିକରେ ଜ୍ଵର,  କାଶ ହେଲେ ଅଗନୱାଡି କର୍ମୀ,  ଆଶା  କର୍ମଚାରୀଙ୍କୁ  ଲୋକେ ସଠିକ୍ ତଥ୍ୟ  ନଦେଇ ବାରଣ  କରୁଛନ୍ତି । ଗ୍ରାମରେ ଥିବା କରୋନା ପରିଚାଳନା କମିଟି କେବଳ କାଗଜ କଲମରେ ସୀମିତ ରହୁଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟର କିମ୍ବା ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାନଯାଇ ଘରେ ରହିବାକୁ ପରାମର୍ଶ ଦେବା ମହଙ୍ଗା ପଡ଼ିଛି ବୋଲି ଆଲୋଚନା ହେଉଛି । ପଜିଟିଭ ଚିହ୍ନଟ ହୋଇଥିବା ଅନେକ ବ୍ୟକ୍ତି ବାହାରେ ବୁଲାବୁଲି କରୁଥିବାରୁ ସଂକ୍ରମଣ ଦ୍ରତ ଗତିରେ ବୃଦ୍ଧି ପାଉଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏଦିଗରେ କୌଣସି ରୋକ ଲଗାଉନଥିବାରୁ ଆଗାମୀ ଦିନରେ ଏହା ଭୟାବହ ପରିସ୍ଥିତି ଦେଖା ଦେବ ବୋଲି ଏବଂ ବ୍ଲକର ସମସ୍ତ ଗ୍ରାମକୁ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି ହୁଏ 

0
0
0
s2sdefault