ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିୟନ୍ତ୍ରଣ କକ୍ଷର ସଠିକ କାର୍ଯ୍ୟକାରିତା ନେଇ ଅନୁଧ୍ୟାନ କଲେ

ରାୟଗଡ/ସରୋଜ କୁମାର ସାହୁ-  ଜିଲ୍ଲାରେ କରୋନା ସଂକ୍ରମଣର  ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ   କୋଭିଡ୍ ପରିଚାଳନା ନେଇ  ଜିଲ୍ଲା  ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରି ସେଠାରେ ଚାଲିଥିବା ନିୟନ୍ତ୍ରଣ କକ୍ଷର ସଠିକ କାର୍ଯ୍ୟକର୍ତା ଉପରେ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବିଶେଷ କରି ଲୋକଙ୍କ ଯୋଗାଯୋଗ ଠିକରେ ଆଟେଣ୍ଡ କରୁଛନ୍ତି କି ନାହିଁ, କୋଭିଡ ପୋଜେଟୀଭି ରୋଗୀଙ୍କ ସହିତ ଯୋଗାଯୋଗ ହେଉଛି କି ନାହିଁ ସେ ଉପରେ ଠିକ ଭାବରେ ପ୍ଳାନିଙ୍ଗ ହେଉଛି କି ନାହିଁ ସେଉପରେ ଆଲୋଚନା କରିଥିଲେ l  ନିୟନ୍ତ୍ରଣ କକ୍ଷ୍ୟରେ 4ଜଣ ବ୍ୟକ୍ତିଙ୍କୁ ନେଇ ପରିଚାଳନାରେ ଅସୁବିଧା ହେଉଥିବା ଜାଣି ଆହୁରି ଅଧିକ 4ଜଣ କର୍ମଚାରୀ ନିୟୋଜିତ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ନିୟନ୍ତ୍ରଣ କକ୍ଷ୍ୟଟି ସକାଳ 8ଘଟିକା ଠାରୁ ରାତ୍ର 10.00ଘଟିକା ପର୍ଯ୍ୟନ୍ତ କର୍ଯ୍ୟକlରି ହେଉଛି l ସେଠାରେ ନିୟୋଜିତ କର୍ମଚାରୀମାନେ ଦୈନିକ ଯୋଗାଯୋଗ ରଖିବେ l

ଏହିପୂର୍ବରୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଗତ 7/05/21ରିଖଦିନ ମଧ୍ୟ ଅଚାନକ  ପରିଦର୍ଶନ  କରି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ l ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଅଧିକାରୀମାନେ କୋଭିଡ ମୁକାବିଲାଲା  ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି l ବିଶେଷ କରି ଗ୍ରାମାଞ୍ଚଳ  ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନତା ଜାରି ରଖିଛନ୍ତି l ଜିଲ୍ଲାପାଳଙ୍କ ଆଜିର ଏହି ପରିଦର୍ଶନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ,ଡା. ଆର୍ତ୍ତ ବନ୍ଧୁ ନାୟକ, ଡା. ଡ଼ି. ଵି. ଦେବ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault