ହେଡଲାଇନସ୍:

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନାକା ଗେଟ ଓ କ୍ଵାରେଣ୍ଟାଇନ ଗୃହ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଲକ  ଅନ୍ତର୍ଗତ ଲୁହାଗୁଡ଼ି ନିକଟ କମଳାପୁର ଠାରେ ରହିଥିବା ନାକା ଗେଟ ଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ପହଞ୍ଚି ସେଠାକାର ପରିସ୍ଥିତି, ପ୍ରବାସୀ ମାନଙ୍କ ପଞ୍ଜିକରଣ , ପାନୀୟ ଜଳର ସମସ୍ୟା ଆଦି ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଲୁହାଗୁଡ଼ି ଆଦିବାସୀ ହାଇ ସ୍କୁଲ ଠାରେ ରହିଥିବା ସଙ୍ଗରୋଧ ଗୁହ ପରିଦର୍ଶନ କରି ଶ୍ରୀ ପାତ୍ର ଭଲମନ୍ଦ ପଚାରି ବୁଝିଥିଲେ। ତାଙ୍କ ସହ ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ପିଇ ଓ ମଧୁ ପାଲାକି, ଲୁହାଗୁଡ଼ି ସରପଞ୍ଚ ଲକ୍ଷ୍ମୀ ଶବର , ସମିତି ସଭ୍ୟ ଭଗବାନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault