ହେଡଲାଇନସ୍:

 କାଳବୈଶାଖୀରେ ଉଡିଲା ଛପର , ରାସ୍ତାରେ ପଡିଲା ଗଛ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମଙ୍ଗଳବାର ଦିନ ପୂର୍ବାହ୍ନରେ ଅଦିନିଆ କାଳବୈଶାଖୀ ଆସିବାରୁ ବର୍ଷା ଓ ପବନ ତାଣ୍ଡବରେ ଲୁହାଗୁଡ଼ି ଗ୍ରାମ ଠାରେ ରହିଥିବା ଦୋକାନ ଓ ଘରର ଟିଣ ଛପର ଉଡିଯିବା ସହ ଜାତୀୟ ରାଜପଥ ୩୨୬ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଖପୁରିପଟା ନିକଟରେ ଏକ ବିଶାଳ ବଟବୃକ୍ଷ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଯାହା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଯାନବାହାନ ଅଟକି ରହିଥିଲା।  ଖବର ପାଇ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇ ଥିଲେ।

0
0
0
s2sdefault