ହେଡଲାଇନସ୍:

ଭଦ୍ରକ ଜିଲ୍ଲା ପରିଷଦର ଷଷ୍ଠ ବୈଠକ : ଡାକ୍ତରପଦବୀ ଖାଲି ନେଇ ଉଦ୍ବେଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାସ୍ଥ୍ୟବିଭାଗକୁ ପତ୍ର ଲେଖିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ 

27-06-18-Zillaparisa-Meetin.jpg - 53.56 kB

ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲାପରିଷଦର ସଂସ୍ଥା  ବୈଠକ ଜିଲ୍ଲାପରିଷଦ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ,ଭଦ୍ରକର ସାଂସଦ ଅର୍ଜ୍ଜୁନଚରଣ ସେଠୀ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ,ଚାନ୍ଦବାଲିର ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସମସ୍ତ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ,ସାତଟି ବ୍ଲକର ଅଧ୍ୟକ୍ଷ / ଅଧ୍ୟକ୍ଷା ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ଜିଲ୍ଲାପରିଷଦ ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ଓ ଅନୁପ୍ରାଣୀତ ହେବା ସହ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ଜଳସେଚନ,ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟବିଦ୍ୟୁତିକରଣ ,ପ୍ରଧାନମନ୍ତ୍ରୀ ଆବାସଯୋଜନା ଓ ବିଜୁ ପକ୍କାଘର ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା  ବିଷୟରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କର ଆଭିମୁଖ୍ୟ ସମସ୍ତ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସହ  ଜିଲ୍ଲାରେ ପାଇପ୍ ଲାଇନ୍ ପାନୀୟ ଜଳ ଯୋଗାଣ ପାଇଁ ୧୧୦ଟି ପ୍ରକଳ୍ପ ମଧ୍ୟରୁ୧୦୭ଟି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଥିବା ବେଳେ ୯୫ଟି ପ୍ରକଳ୍ପର ଚୁଡ଼ାନ୍ତ କରାଯାଇ ସେଥିରୁ ୫୩ଟି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ । ସେହିପରି ଜଳସେଚନ ବିଭାଗ ପକ୍ଷରୁ ୨୦୧୭/୧୮ ଖରିଫ ଊତୁରେ ୧ଲକ୍ଷ ୭୪ ହଜାର୦୬୩ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ୧ଲକ୍ଷ ୬୧ ହଜାର ୫ଶହ ହେକ୍ଟର ଜମିରେ ଧାନଚାଷ ସହ ଅବଶିଷ୍ଟ ଜମିରେ ପନିପରିବା ଅର୍ଥକାରୀ ଫସଲ  କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ବୈତରଣୀ ନଦୀର ବାମପାଶ୍ୱର୍ରେ ଦୃର୍ବଳ ନଦୀବନ୍ଧକୁ ମରାମତି କରାଯିବା ସହ ସଜାଗ ଦୃଷ୍ଟିଦେବାକୁ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା ।  ଜିଲ୍ଲାର ସ୍ୱାସ୍ଥ୍ୟସେବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ମୁଖ୍ୟଡାକ୍ତରଖାନରେ ୬୮ଟି ଡାକ୍ତରପଦବୀ ମଧ୍ୟରୁ ୩୨ଜଣ ଡାକ୍ତର ଉପସ୍ଥିତ ରହିଥିବାବେଳେ ୩୬ଟି ଡାକ୍ତରପ୍ରଦବୀ ଖାଲି ପଡିଛି । ସେହିପରି ଗ୍ରାମାଞ୍ଚଳରେଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁବର୍ଷ ଧରି ଡାକ୍ତରପଦବୀ ଖାଲି ପଡିବାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା   ଜିଲ୍ଲାପରିଷଦ ବୈଠକରେ ଡାକ୍ତରପ୍ରଦବୀ ପୂରଣ ସମସ୍ୟା ନେଇ ଏକ ଅଧିବେଶନର ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇ ବିଭାଗୀୟ ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ ଆର୍ଥିକବର୍ଷ ପାଇଁ ୧୧୬୬୮ଟି ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟଥିବାବେଳେ ୫୩୭୯ଟି ଗୃହ ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ଗୃହ ତୁରନ୍ତ ଶେଷ କରିବାକୁ ଜିଲ୍ଲାର ସମସ୍ତ ବିଡ଼ିଓ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ବିଜ୍ଜୁ ପକ୍କା ଘର ଯୋଜନାରେ ୨୦୧୭-୧୮ଆର୍ଥିକ ବର୍ଷ ପାଇଁ ୩୭୫ଟି ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୯୯ଟି ଗୃହ ପୂର୍ଣ୍ଣାଙ୍ଗ ହୋଇଛି । ଅବଶିଷ୍ଟ ଗୃହ ଶେଷ କରିବା ସହ ୨୦୧୮-୧୯ ବର୍ଷ ପାଇଁ ଏକ ହଜାର ଗୃହ ନିର୍ମାଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୩୧୮୩.୪୨ ଲକ୍ଷଟଙ୍କା ଖର୍ଚ୍ଚ କରାଯାଇ ୫୩୦୧୭ ଅଣକୁଶଳୀ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିଛି । ସେହିପରି ୨୦୧୮-୧୯ ବର୍ଷରେ ଅଦ୍ୟାବଧି ୧୧୮୮ଲକ୍ଷ୍ୟ ଟଙ୍କା ବ୍ୟୟ କରାଯାଇ ୫.୧୧,୦୧୪ଗୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଶେଷରେ ଜିଲ୍ଲାପରିଷଦର ଉପାଧକ୍ଷା ଜ୍ୟୋସôରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault