ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଚାନକ ଜିଲ୍ଲାମୁଖ୍ୟ ଡାକ୍ତରଖାନା ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"କୋଭିଡ ପରିଚାଳନା ନେଇ ପ୍ରଶାସନନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ସ୍ୱତନ୍ତ୍ର ବୈଠକ କଲେ" l

ରାୟଗଡ/ସରୋଜ କୁମାର ସାହୁ :-   ଜିଲ୍ଲାରେ କରୋନା ସଂକ୍ରମଣର  ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ   କୋଭିଡ୍ ପରିଚାଳନା ନେଇ  ଜିଲ୍ଲା  ପ୍ରଶାସନ ଅହରହ ଉଦ୍ୟମ ଚଳାଇଛି l  ଆଜି ସକାଳେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ ଅଚାନକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ l  ଏହି ପରିଦର୍ଶନ ସମୟରେଭି କୋଭିଡ ପରୀକ୍ଷାଗାର ଅନୁଧ୍ୟାନ କରିଥିଲେ l ଏହାସହିତ ପରୀକ୍ଷା ନିମନ୍ତେ ଆସିଥିବା ଲୋକମାନଙ୍କୁ ଧାଡିରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଭବୁଝାଇଥିଲେ l

ଏହାପରେ ଜିଲ୍ଲାପାଳ ଶ୍ରୀ  ମିଶ୍ର ଏକ ସ୍ୱତନ୍ତ୍ର ବୈଠକ ଡାକିଛନ୍ତି l  ଏଥିରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତ୍ତ ବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏଥିରେ ମୁଖ୍ୟତଃ କୋଭିଡ ହସ୍ପିଟାଲକୁ ବରିଷ୍ଠ ଡାକ୍ତର ମାନଙ୍କୁ ନିୟୋଜିତ କରି ଅଧିକ କ୍ରିୟାଶୀଳ କରି ଉନ୍ନତି ସ୍ୱସ୍ଥ୍ୟ ସେବା ଯୋଗାଇଦିଆଯିବ l ଜିଲ୍ଲାରେ ତୂରିତ କାର୍ଯ୍ୟକାରୀ ଟିମ(RRT)କୁ ଆହୁରି କାର୍ଯ୍ୟକାରୀ କରlଯିବ ଯାହାଫଲରେ ଘରୋଇ ସାଙ୍ଗରୋଧରେ ରହୁଥିବା ଲୋକଙ୍କ ସ୍ୱସ୍ଥ୍ୟ ଅବସ୍ଥା ବୁଝି ପାରିବେ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଭିଡ କ୍ୟାରମ ସେଣ୍ଟରକୁ ସ୍ଥାନାତନ୍ତର ପାଇଁ ସୁପାରିଶ କରିବେ l ଜିଲ୍ଲାରେ ନୂତନ ଭାବେ ତିନୋଟି କୋଭିଡ କ୍ୟାରମ ସେଣ୍ଟର କାର୍ଯ୍ୟକାରୀ ହେବାକୁ ଯାଉଥିବା ପ, ରାୟଗଡର ପେଣ୍ଟା ,ଗୁଣପୁରର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ବିଷମ କଟକକୁ ରୋଗୀଙ୍କୁ ସ୍ଥାନାନ୍ତର  କରି ଚିକତ୍ସା କରାଯିବ l ଆରଆର ଟିମ ଘରେ ଘରେ ଯାଇ ଲୋକଙ୍କ ସହିତ ସ୍ୱସ୍ଥ୍ୟ ସମ୍ବନ୍ଧରେ ବୁଝିବେ l  ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତର ଖାନରେ ଗୋଟିଏ 24ଘଂଟିଆ କୋଭିଡ ନିୟନ୍ତ୍ରଣ କକ୍ଷ ଓ ସହାୟତା  କେନ୍ଦ୍ର  ଖୋଲାଯିବ ଓ କାର୍ଯ୍ୟକାରୀ ହେବ l ନିୟନ୍ତ୍ରଣ କକ୍ଷରୁ ଚିକତ୍ସିତ ରୋଗୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିହେବ ଏବଂ ପରିବାର ଲୋକଙ୍କୁ ଜଣାଇଦିଆଯିବ l

0
0
0
s2sdefault