ହେଡଲାଇନସ୍:

ଭଦ୍ରକ : କୋଭିଡ ରୋଗୀଙ୍କ ପାଇଁ ଖୁସି ଖବର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ ବିଧାୟକଙ୍କ ପ୍ରଚେଷ୍ଟାରେ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ର ମାତ୍ର ୭ ଦିନରେ ପ୍ରସ୍ତୁତ ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ ଡାଉନ ଓ ସଟ ଡାଉନ ଜାରି ରଖିଛନ୍ତି । ଆମ ରାଜ୍ୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସୁରକ୍ଷା ପାଇଁ ଅନେକ ସୁବିଧା କରୁଛନ୍ତି । ଏପରି ଅବସ୍ଥାରେ ଭଦ୍ରକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ବ୍ୟାପକ ଅଵ୍ୟଵସ୍ଥା ବିଷୟରେ ଆମେ ଖବର ପ୍ରସାରଣ କରୁଛୁ । ରୋଗୀଙ୍କୁ ଉପଯୁକ୍ତ ସେବା ଓ ସୁବିଧା ମିଳୁନଥିବା ଘଟଣା ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଏଥିପାଇଁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାକୁ ବିଧାୟକ ଉଦ୍ୟମ କରିବେ ବୋଲି କହିଥିଲେ । ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମାତ୍ର ୭ ଦିନ ମଧ୍ୟରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ 39 ହଜାର ବର୍ଗ ଫୁଟ ଜାଗାରେ ଅତ୍ୟାଧୁନିକ ସ୍ମାର୍ଟ କୋଭିଡ ଚିକିତ୍ସା କେନ୍ଦ୍ରକୁ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ । 

୩ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନର ସୁବିଧା ସହିତ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଶହେ ରୋଗୀଙ୍କ ପାଇଁ ପ୍ରତ୍ୟେକ ରୁମରେ ଦୁଇଜଣ କୋଭିଡ ରୋଗୀଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି । ଭଦ୍ରକବାସୀ ନିର୍ଭୟରେ ଏଠାରେ ଚିକିତ୍ସା ହୋଇ ପାରିବେ ଏବଂ ସୁରକ୍ଷିତ ରହି ପାରିବେ । କାଲିଠାରୁ ଏହାର ଶୁଭାରମ୍ଭ ହେବାକୁ ଯାଉଛି । ପୂର୍ବରୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଧାୟକଙ୍କ ଉଦ୍ୟମକୁ ସ୍ଵାଗତ କରା ଯାଇଥିବାବେଳେ ଏବେ ଏପରି କାର୍ଯ୍ୟ ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭଦ୍ରକବାସୀଙ୍କ ତରଫରୁ କୃତଜ୍ଞତା ଜଣା ଯାଇଛି ।

0
0
0
s2sdefault