ହେଡଲାଇନସ୍:

ଆନ୍ଦୋଳନରତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଦାବୀ କଲେ ନରସିଂହ: ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ସଚିବ ଦେଲେ ପ୍ରତିଶୃତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ସ୍ଥାପିତ ହେଉ ଅକ୍ସିଜେନ ପ୍ଲାଣ୍ଟ - ନରସିଂହ 

ବଲାଙ୍ଗିର/ ନିରୋଜ ମିଶ୍ର - କରୋନାର ଦ୍ୱିତୀୟ ଲହର ସାରା ଦେଶରେ  ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ଆମ ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଦୋହଲି ପଡିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିବ୍ର ଗତିରେ ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମୀରେ ତୁରନ୍ତ ଉନ୍ନତି ନହେଲେ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ । କରୋନାର ପ୍ରଥମ ଲହରି ପରେ ପରେ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଛଟେଇ ହୋଇଥିଲେ । ତାଙ୍କର ପୁନଃ ନିଯୂକ୍ତି ପାଇଁ ସେମାନେ ଆଜି ପର୍ଯ୍ୟନ୍ତ ସରକାରଙ୍କ ସମ୍ମୁଖରେ ଦାବୀ ଉପସ୍ତାପନ କରିବା ସହ ଆନେ୍ଦାଳନ ଜାରି ରଖିଛନ୍ତି । ଏମାନେ ତାଙ୍କର ଅନେ୍ଦାଳନକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହିତ ସବିଶେଷ ଅଲୋଚନା କରିଥିଲେ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ଖାଲି ପଡିଥିବା ସ୍ୱାସ୍ଥ୍ୟକର୍ମି ଙ୍କ ଜାଗାରେ ଏହି ସ୍ୱାସ୍ଥ୍ୟକମୀମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଶ୍ରୀ ମିଶ୍ର ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ତଥା ଅତିରିକ୍ତ ସାଶନ ସଚିବ ପ୍ରଦିପ୍ତ ମହାପାତ୍ରଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସେ କହିଛନ୍ତି ଯେ, ଭୀମଭୋଇ ମେଡିକାଲ କଲେଜ ଉପରେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସମେତ ପଡୋଶି ଜିଲ୍ଲାମାନଙ୍କର ଅଣ କରୋନା ଓ କରୋନା ରୋଗୀ ନିର୍ଭର ଅଛନ୍ତି । ଫଳରେ ସେମାନଙ୍କୁ ଚିକିତ୍ସା ଯୋଗାଇବାରେ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର କର୍ମଚାରୀଙ୍କ ଘୋର ଅଭାବ ଦେଖା ଦେଇଛି । ବେଳେ ବେଳ ଉଚିତ ସ୍ୱାସ୍ଥ୍ୟସେବା ନପାଇ କରୋନା ରୋଗୀ ତଥା ଅଣ କରୋନା ରୋଗୀ ଜିବନ ସହିତ ସଂଗ୍ରାମ କରିଥିବା ଦେଖା ଦେଉଛି । ଏଣୁ ଗତ ବର୍ଷ କରୋନା ସମୟରେ ନିଯୂକ୍ତି ପାଇବା ପରେ ଛଟେଇ ହୋଇ ଆନ୍ଦୋଳନରତ ଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବଲାଙ୍ଗିର ଜିଲ୍ଲାରେ ନିଯୂକ୍ତି ଦିଆଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ସଚିବ ତଥା ଅତିରିକ୍ତ ସାଶନ ସଚିବ ଶ୍ରୀ ପ୍ରଦିପ୍ତ ମହାପାତ୍ର ସେମାନଙ୍କ ନିଯୂକ୍ତି ପାଇଁ ସହମତି ପ୍ରକାଶ କରିଥିଲେ । ଆବଶ୍ୟକ ହେଲେ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆହୁରି ୨୦ ପ୍ରତିଶତ ଅଧିକ ସ୍ୱାସ୍ଥକମୀଙ୍କ ନିଯୁକ୍ତି କରାଯିବ ବୋଲି ସେ ଶ୍ରୀ ମିଶ୍ର ଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ସମୟରେ ବଲାଙ୍ଗିର ରେ ଏକ ଅକ୍ସିଜେନ ପ୍ଲାନ୍ଟର ସ୍ଥାପନ କରିବା ପାଇଁ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ସଚିବଙ୍କ ସମ୍ମୁଖରେ ଦାବୀ କରଥିଲେ । ବର୍ତ୍ତମାନ ବିଭିନ୍ନ ଡାକ୍ତରଖାନା ମାନଙ୍କରେ ଅକ୍ସିଜେନର ଅଭାବ ଦୁର କରିବା ପାଇଁ ଅକ୍ସିଜେନ ପ୍ଲାଣ୍ଟ  ଗୁଡିକ ସ୍ଥାପନ କରାଯିବ । ତେଣୁ ଦାବୀ ମୁତାବକ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜରେ ଏକ ଅକ୍ସିଜେନ ପ୍ଲାନ୍ଟ ନିର୍ମାଣ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚିବ ବିଧାୟକଙ୍କୁ ଜଣାଇଛନ୍ତି । ତେବେ, ଯେତେ ଶିଘ୍ର ହେବ ଅନେ୍ଦାଲନରତ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୂକ୍ତି ତଥା ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାନ୍ଟ ର ସ୍ତାପନ ହୋଇ ପାରିଲେ ଜିଲ୍ଲାରେ ହେଉଥିବା କରୋନା ଜନିତ ସ୍ୱାସ୍ଥ୍ୟସେବାରେ କିଛି ସୁଧାର ଆସିବ ବୋଲି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।    

 

0
0
0
s2sdefault