ହେଡଲାଇନସ୍:

ନଭିମୁମ୍ବାଇ ମହାନଗର ନିଗମକୁ  ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Navi Mumbai Mahanagar Palika Photograph by Kunal Ghate

ଭୁବନେଶ୍ୱର ; କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇ ରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ  ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ  2020 ଅପ୍ରେଲରୁ ବ୍ୟବହାର କରିଆସୁଥିଲେ । 

ଏହାର  ଭଡ଼ା ବାବଦ ଦେୟ ଦୁଇ କୋଟି  ଷୋହଳ ହଜାର ଟଙ୍କା ଥିବା ବେଳେ , ମହାମାରୀ ର ଏ  ବିପଦ ସମୟରେ  ମାନଵିକତା ତଥା ମୁମ୍ବାଇ ର ଜନସାଧାରଣଙ୍କ ପ୍ରତି ସଦିଛ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ  ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଗୁରୁତର କୋଭିଡ଼ ରୋଗୀଙ୍କ  ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ର କୁ ଜରୁରୀ ଭିତ୍ତି ରେ ଗତ ପନ୍ଦର ଦିନ ହେଲା  ଅକ୍ସିଜେନ ମଧ୍ୟ ଯୋଗାଉଛି ।

0
0
0
s2sdefault