ହେଡଲାଇନସ୍:

ଘୁ. ଉଦୟଗିରିରେ ନୂତନ ତହସିଲଦାର ଭାବେ ଯୋଗଦେଲେ ଜନ୍ମେଜୟ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରିରେ ନୂତନ ତହସିଲଦାର ଭାବରେ ଓଏଏସ ଅଫିସର ଜନ୍ମେଜୟ ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ଶ୍ରୀ ସାହୁ ପୁରୁଷୋତ୍ତମପୁର ତାରାତାରିଣୀ ମନ୍ଦିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ I "ସରକାର ମୋତେ ଜନସାଧାରଣଙ୍କ ସେବା କରିବା ପାଇଁ ଦାୟୀତ୍ୱ ଦେଇ ଛନ୍ତି I ତେଣୁ ଯେତିକି ମୋ ଦ୍ୱାରା ସମ୍ଭବ ମୁଁ ଘୁ. ଉଦୟଗିରି ବାସୀଙ୍କ ସେବା କରିବି "ବୋଲି ନୂତନ ତହସିଲଦାର ମତବ୍ୟକ୍ତ କରିଛନ୍ତି I ଏହା ସହ ଅଞ୍ଚଳର ବିକାଶ ନିମନ୍ତେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ I ଦେଶର ବିଭିନ୍ନ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଣମାଧ୍ୟମ ପ୍ରତିନିଧି ଆଗ ଧାଡ଼ିର ରହି କାମ କରିଥାନ୍ତି I ଗଣମାଧ୍ୟମ ପ୍ରତିନିଧିଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଜନସାଧାରଣ ଘରେ ବସି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ବିଦେଶର ଖବର ପାଇ ଥାନ୍ତି I ଯାହାକି ପ୍ରସଂଶନିୟ I ତେଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘୁ.ଉଦୟଗିରି ଅଞ୍ଚଳ ର ବିକାଶ ଏବଂ ସୁରକ୍ଷା କ୍ଷେତ୍ରରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ତହସିଲରଦାର ଜନ୍ମେଜୟ ସାହୁ(ଓଏଏସ ) ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଗଗନ କୁମାର ପ୍ରଧାନ, ପ୍ରସନ୍ନ କୁମାର ମିଶ୍ର, ଅନୀଲ ଦଳବେହେରା, ଚନ୍ଦ୍ରଶେଖର ସାହୁ ଏବଂ ସାମନ୍ତ ଶେଖର ନାୟକଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କାରରେ ମତବ୍ୟକ୍ତ କରିଛନ୍ତି I

0
0
0
s2sdefault