ହେଡଲାଇନସ୍:

ଶୁଳିଆପଦା : କୋଭିଡ ଡ୍ୟୁଟି ବାତିଲ ପାଇଁ ଶିକ୍ଷକଙ୍କ ଜାଲ ଦସ୍ତଖତରେ ଦିଆଗଲା ଦରଖାସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା : ଦିଲ୍ଲୀପ ମହାନ୍ତି - କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଶୁଳିଆପଦା ବ୍ଲକର ପଶ୍ଚିମବଙ୍ଗ ସୀମାନ୍ତ ଚକଶୁଳିଆପଦା ପ୍ରବେଶ ପଥରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ୮ ଘଣ୍ଟିଆ ଡ୍ୟୁଟି ତାଲିକା ପ୍ରକାଶ ପାଇଥିଲା | ଏହାକୁ ଶୁଳିଆପଦାର ଏକ ଶିକ୍ଷକ ସଂଘ ବିରୋଧ କରିବା ସହିତ କେତେକ ଦାବି ପୂରଣ କରିବା ପାଇଁ ବିିଡିଓଙ୍କ ନିକଟରେ ଦରଖାସ୍ତ ଦିଆଯାଇଥିଲା | ଡ୍ୟୁଟିକୁ ବାତିଲ କରିବା ପାଇଁ ମଧ୍ୟ ଏଥିରେ ଦାବି କରାଯାଇଥିଲା | ତେବେ ଦରଖାସ୍ତଟିରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦସ୍ତଖତ ଦୁଇଥର ଲେଖାଏଁ ଥିବା ଦେଖିବାକୁ ମିଳିଥିଲା | ଏହା ଜଣାପଡିବା ପରେ ଦରଖାସ୍ତଟିରେ ଦସ୍ତଖତର ସତ୍ୟତାକୁ ନେଇ ସନ୍ଦେହ ଜାତ ହୋଇଥିଲା | ସତ ଜାଣିବା ପାଇଁ କେତେକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯୋଗାଯୋଗ କରାଯିବାରୁ ଦରଖାସ୍ତରେ ସେମାନେ ଦସ୍ତଖତ କରିନଥିବା କହିଥିଲେ | ଦରଖାସ୍ତରେ ଦସ୍ତଖତ ଥିବା ଜଣେ ଶିକ୍ଷୟିତ୍ରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି କାହାରି ଦସ୍ତଖତ ଜାଲ କରିବା ଏକ ଧର୍ତ୍ତବ୍ୟ ଅପରାଧ | ଆଜି ଏଠି ଜାଲ କଲେ କାଲି ଅନ୍ୟ କେଉଁଠି କରିବେ, ଏହା ଠିକ ନୁହେଁ | ତେବେ ଉକ୍ତ ଦରଖାସ୍ତଟିରେ ସ୍ବରୂପ କୁମାର ବାରିକ ସଭାପତି, ଶିବଶଙ୍କର ଅଧିକାରୀ ସାଧାରଣ ସଂପାଦକ ଓ ବ୍ୟୋମକେଶ ଦତ୍ତ ଜେଡପି ସଂଘର ସାଧାରଣ ସଂପାଦକ ଭାବେ ଦସ୍ତଖତ କରିଥିବା ଦେଖାଯାଇଛି | ଉକ୍ତ ଜେଡପି ସଂଘର ସାଧାରଣ ସଂପାଦକ ବ୍ୟୋମକେଶ ଦତ୍ତଙ୍କ ନାମରେ ବୟସ ଜାଲିଆତି ଅଭିଯୋଗ ପରେ ସେ ଗତ କିଛି ମାସ ପୂର୍ବରୁ ଏଥିରୁ ଇସ୍ତଫା ଦେଇଥିଲେ | ତେବେ ପ୍ରଶ୍ନ ଉଠୁଛି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଅଜ୍ଞାତରେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶିକ୍ଷକ ସଂଘ ସେମାନଙ୍କ ଦସ୍ତଖତର ଅନ୍ୟତ୍ର ଦୁରୋପଯୋଗ କରୁନାହଁତ ! ଏନେଇ ବିଡଓ ପରୀକ୍ଷିତ ଜେନଙ୍କୁ ଯୋଗାଯୋଗ କରିବାରୁ ସେ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ |

0
0
0
s2sdefault