ହେଡଲାଇନସ୍:

ଚିନ୍ତା ବଢ଼ାଇଛି ଆନ୍ଧ୍ର ଷ୍ଟ୍ରେନ ; ଗଜପତି ସୀମାରେ ହାଇଆଲର୍ଟ , କଡାକଡି ଯାଞ୍ଚ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଦ୍ୱିତୀୟ ଲହରରେ କମ୍ ସମୟରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ଗଜପତି ଜିଲ୍ଲାରେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ଆନ୍ଧ୍ର ଷ୍ଟ୍ରେନ । ଏସ୍ ଆର୍ ସି ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ସୀମାନ୍ତ ଜିଲ୍ଲାକୁ ହାଇଆଲର୍ଟ କରାଯାଇଛି । ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଅନ୍ୟାନ୍ୟ ଯାତାୟତକୁ ରୋକ ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ । ଜିଲ୍ଲାକୁ ପ୍ରବେଶ କରୁଥିବା ସମସ୍ତ ପଥକୁ ସିଲ କରାଯିବା ସହ ଅନୁପ୍ରବେଶ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । 

କରୋନା ର ଦ୍ଵିତୀୟ ଲହର ଗଜପତି ଜିଲ୍ଲା ପାଇଁ ଚିନ୍ତାର ବିଷୟ ହୋଇଛି ଆନ୍ଧ୍ର ଷ୍ଟ୍ରେନ। ଏସ ଅର ସିଙ୍କ ନିର୍ଦ୍ଦେଶ କ୍ରମେ ସୀମାନ୍ତ ଜିଲ୍ଲା ଗୁଡିକ ହାଇଆଲର୍ଟ କରାଯାଇଛି । ଗଜପତି ଜିଲ୍ଲାର ପ୍ରାୟ ୬୫ କିମି ଆନ୍ଧ୍ର ସୀମାକୁ ଲାଗି ରହିଥିବା ବେଳେ ଜିଲ୍ଲାର ଲବନ୍ୟଗଡ,ପାରଳାଖେମୁଣ୍ଡି ନିକଟର ପୁରୁଣାପାଟଣା , ସେରି ସାହି , ବି. ସୀତାପୁର ଓ ହାଡୁଭାଙ୍ଗି, ଅଲଡା ଗ୍ରାମ ଠାରେ ପ୍ରଶାସନ ତରଫରୁ ନାକା ପଏଣ୍ଟ ଖୋଲାଯାଇଛି ।  ଅତ୍ୟାବଶ୍ୟକ ଓ ଜରୁରୀ ସେବାକୁ ଛାଡ଼ି ଅନ୍ୟାନ୍ୟ ସେବାକୁ ରୋକ ଲଗାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କ କେଭିଡ ଟେଷ୍ଟ କରାଯିବା ସହ ସମ୍ପୃଣ ତଥ୍ୟ ରଖାଯାଉଛି । ପ୍ରବାସୀଙ୍କୁ ସଙ୍ଗରୋଧ ରଖାଯିବ ପାଇଁ ଜିଲ୍ଲାରେ ମୋଟ ୧୭ ଗୋଟି ଟି ଏମ୍ ସି ସେଣ୍ଟର ଖୋଲା ଯାଇଛି । ତେବେ ପ୍ରଶସ୍ତ ସୀମାରେ ଅନେକ ଗଳାବାଟ ରହିଛି ଯାହା ବର୍ତ୍ତମାନ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।  ତେବେ ସମସ୍ତ ଅନୁପ୍ରବେଶ ରାସ୍ତା ଉପରେ ନଜର ରଖାଯାଇଥିବା କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। 

ଗଜପତି ପୋଲିସ ପକ୍ଷରୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ବାହାର ରାଜ୍ୟର ଆସିଥିବା ଲୋକଙ୍କ କେଭିଡ ପରୀକ୍ଷା କରାଯାଇ ସେମାନଙ୍କୁ ନିକଟସ୍ଥ କ୍ଵରେଇନ୍ଟାନ ସେଣ୍ଟରକୁ ପଠାଯାଉଛି। ଜିଲ୍ଲା ଭିତରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ନଜର ରଖାଯାଇଥିବା ବେଳେ ପ୍ରତି ନାକ ପଏଣ୍ଟ ରେ ପୁଲିସ ମୃତୟନ ରହି ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଉଛି ଓ ମାଇକ ଜରିଆରେ ଲୋକଙ୍କୁ ସଚେତ ମଧ୍ୟ କରାଯାଉଛି । ଲକଡାଉନ ସମୟରେ ଲୋକେ  ବାହାରକୁ ବାହାରିବା ଉପରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦାମଦେଵ ସିଂହ କହିଛନ୍ତି ।

0
0
0
s2sdefault