ହେଡଲାଇନସ୍:

ତାଲାବନ୍ଦ ସମୟରେ ମାତିଛନ୍ତି ମଦ ମାଫିଆ,କାବୁକଲା ଅବକାରୀ ବିଭାଗ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିପୁଳ ପରିମାଣର ଦେଶୀ,ବିଦେଶୀ ମଦ ସହ ମୋଟର ସାଇକେଲ ଜବତ,୫ ଗିରଫ

ପଦ୍ମପୁର(ଶାସକପ୍ରଶାସକ )-ତାଲାବନ୍ଦର ସୁଯୋଗ ନେଇ ପଦ୍ମପୁର ଉପଖଣ୍ତର ବିଭିନ୍ନ ସ୍ଥାନରେ ବେଆଇନ ମଦ ରନ୍ଧା ଓ ବିକ୍ରୟ ହେଉଥିବା ଖବର ପାଇ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ,ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଓ ପାଇକମାଲ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ ଗଠନ କରି ବେଆଇନ ମଦ ରନ୍ଧା ତଥା ବିକ୍ରି କରୁଥିବା ଜାଗା ଉପରେ ଚଢାଉ କରାଯାଇଥିଲା ।ଗନିଆଁପାଲି, ସାପଲହର, ପାଇକମାଲ, ଲୋହରପାଲି, ସପିଆଁ, କୁମୁନୀବାହାଲି ଛକ ନିକସ୍ଥ ବଜରଂଗବଳୀ ଢାବା ଉପରେ ଚଢଉ କରି ବିପୁଳ ପରିମାଣର ମଦ ଜବତ କରିବା ସହିତ ୮୦୦କେଜି ମହୁଳ ପୋଚ ନଷ୍ଟ କରିଛନ୍ତି। ବେଆଇନ ମଦ ବ୍ୟବସାୟ କରୁଥିବା ଗୋଟିଏ ବାଇକ,୮୫ ଲିଟର ଦେଶୀ ରନ୍ଧା ମହୁଲି ମଦ,୫୦ ଲିଟର ବିଅର,୫ଲିଟର ହ୍ବିସ୍କି ଜବତ କରିଛନ୍ତି। ଏ ସଂକ୍ରାନ୍ତରେ ପାଇକମାଲ ଅବକାରୀ ବିଭାଗ ପକ୍ଷରୁ ୧ ଓ ପଦ୍ମପୁରରୁ ୪ଟି ଭିନ୍ନ ଭିନ୍ନ କେଶ ପଞ୍ଜିକରଣ କରି ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ଚଢ଼ାଉରେ ଇନ୍ସପେକ୍ଟର କୁବେର ସେଠୀ,ସବ ଇନ୍ସପେକ୍ଟର ହେମକାନ୍ତ ସୁନା,ରାମଜୀ ପଟେଲ,ଏ ଏସ ଆଇ ରାଜକୁମାର ବେହେରା ଓ ସମସ୍ତ ସହକର୍ମୀ ଚଢଉରେ ସାମିଲ ଥିଲେ ।

0
0
0
s2sdefault