ହେଡଲାଇନସ୍:

କରୋନା ମୁକାବିଲା : ତିନୋଟି ଜିଲ୍ଲା ପାଇଁ  ୭ କୋଟି ଟଙ୍କା ଅତିରିକ୍ତ ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Narendra Modi greets Odisha CM Naveen Patnaik on his 75th birthday -  OrissaPOST

ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ  ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ତିନୋଟି ଜିଲ୍ଲା ପାଇଁ  ୭ କୋଟି ଟଙ୍କା ମଂଜୁର କରିଛନ୍ତି ଅତିରିକ୍ତ ସହାୟତା ଭାବେ |  ପୁରୀ ଜିଲ୍ଲାକୁ ୨ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ସମ୍ବଲପୁରକୁ ୪.୬୨ କୋଟି ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ  ୧ କୋଟି ମଂଜୁର ହୋଇଛି  ।

ପୂର୍ବରୁ ପୁରୀ ଜିଲ୍ଲାକୁ କୋଭିଡି ପରିଚାଳନା ପାଇଁ  ୧୪ କୋଟି ୫୯ ଲକ୍ଷ ୭୪ ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଲେ ଆଜିର  ଅତିରିକ୍ତ ୨ କୋଟି ଟଙ୍କାକୁ ମିଶାଇ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୋଟ ୧୬ କୋଟି ୫୯ ଲକ୍ଷ ୭୪ ହଜାର ସହାୟତା ପ୍ରଦାନ କରାଯାଇଛି  । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲାକୁ ପୂର୍ବରୁ ଅଢ଼େଇ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ଆଜିର କୋଟିଏ ଟଙ୍କା ମିଶାଇ  ଜିଲ୍ଲାକୁ ୩.୫ କୋଟି ଟଙ୍କା ଦିଆଗଲାଣି | ପୂର୍ବରୁ  ସମ୍ବଲପୁର ଜିଲ୍ଲାକୁ ୧୧.୫ କୋଟି ପ୍ରଦାନ କରାଯାଇଥିବା ବେଳେ  ଆଜିର  ୪ କୋଟି ୬୨ ଲକ୍ଷ ୮୦ ହଜାର ଟଙ୍କାକୁ ମିଶାଇ ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ୮୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି |

0
0
0
s2sdefault