ହେଡଲାଇନସ୍:

ଓଡ଼ିଶାରେ କୋଭିଡ୍-୧୯ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟରେ ଟେଷ୍ଟିଂ , ଟିକାକରଣ, ଭେଂଟିଲେଟର ଓ ଅକ୍ସିଜେନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଭିତିଭୂମିକୁ ବଢାଇବା ଉପରେ ଗୁରୁତ୍ୱାରୋପ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଓଡ଼ିଶାରେ କୋଭିଡ୍ ପରିଚାଳନା ପ୍ରସ୍ତୁତି ଏବଂ ସ୍ୱାସ୍ଥ୍ୟ ଭିତିଭୂମି ଉପରେ ସମୀକ୍ଷା କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ରାଜ୍ୟରେ ଟେଷ୍ଟି, ଭେଂଟିଲେଟର, ଟିକାକରଣ ଓ ଅକ୍ସିଜେନ  ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ବିକଶିତ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ଓଡ଼ିଶାରେ ପରିଚାଳିତ ପିଏସୟୁ, କେନ୍ଦ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନ , ବ୍ୟାଙ୍କିଂ କ୍ଷେତ୍ର ତଥା କର୍ପୋରେଟ୍ ସେକ୍ଟର ଏହି ମହାମାରୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ଭିତିଭୂମି ତିଆରି କରିବା ଦରକାର । ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା, ଆଇସୋଲେସନ ବେଡର କ୍ଷମତା ବୃଦ୍ଧି କରିବା ସହ ଆଇସିୟୁ ଏବଂ ଅକ୍ସିଜେନ ସଂଯୁକ୍ତ ବେଡକୁ ବୃଦ୍ଧି କରିବା ଦିଗରେ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା ସହ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବା ଦରକାର । ସମସ୍ତ ଅଂଶୀଦାର ମାନେ ଟେଷ୍ଟିଂ, ଟିକାକରଣ ସୁବିଧା, ଭେଟିଂଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ରାଜ୍ୟର ଦୁଇଟି ଅଗ୍ରଣୀ ଇନଷ୍ଟିଚ୍ୟୁଟ୍ ଆରଏମଆରସି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସକୁ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା ସହ ପିଏସୟୁ ଗୁଡ଼ିକୁ ମଧ୍ୟ ନିଜ ନିଜ ବ୍ୟବସ୍ଥାରେ ଟେଷ୍ଟିଂ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ତିଆରି କରିବା ପାଇଁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣର ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ପିଏସୟୁ ଗୁଡ଼ିକୁ ଟିକା କିଣି ନିଜର କର୍ମଚାରୀଙ୍କୁ ଟିକା ଦେବା ସହ ସମାଜରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

କୋଭିଡ୍-୧୯ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ପାଇଁ ଟେଷ୍ଟିଂ ବଢ଼ାଇବା, ଜରୁରିକାଳୀନ ଔଷଧ ତଥା ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଦୃଢ଼ କରି ରାଜ୍ୟ ସରକାରଙ୍କୁ ସହଯୋଗ କରିବା ତଥା ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ମଧ୍ୟ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । କୋଭିଡ୍ -୧୯ର ସଂକ୍ରମଣ ଦୃଷ୍ଟିରେ ବର୍ତମାନ ସ୍ୱାସ୍ଥ୍ୟ ସୁବିଧାକୁ ଆହୁରି ବ୍ୟାପକ କରିବା ଏବଂ ସର୍ବାଧିକ କୋଭିଡ୍-୧୯ପ୍ରଭାବିତ ଅଂଚଳ ସମେତ ସବୁ ଜିଲ୍ଲାକୁ ପ୍ରାଥମିକତା ଦେଇ ସ୍ୱାସ୍ଥ୍ୟ ଭିତିଭୂମିକୁ ବିକଶିତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି ଆଲୋଚନାରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ଏମ୍ସର ନିଦେ୍ର୍ଧଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା , ଆଇଏଲଏସର ନିର୍ଦ୍ଦେଶକ, ଆରଏମଆରସିର ନିର୍ଦ୍ଦେଶିକା, ଏନସିସିର ଓଡ଼ିଶା ଜୋନର ଇନଚାର୍ଜ, ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ଭୁବନେଶ୍ୱରର ନିର୍ଦ୍ଦେଶକ, ଇଷ୍ଟକୋଷ୍ଟ୍ ରେଲୱେର ଜେନେରାଲ ମ୍ୟାନେଜର, ଏସବିଆଇ ବ୍ୟାଙ୍କ୍ ଓଡିଶା ଶାଖାର ସିଜିଏମ, ଏମସିଏଲର ସିଏମଡ଼ି ପି.କେ ସିହ୍ନା, ଏନଟିପିସିର ଆରଇଡ଼ି ଇନଚାର୍ଜ, ପାରାଦୀପ ପୋର୍ଟର ଇନଚାର୍ଜ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ ।

0
0
0
s2sdefault