ହେଡଲାଇନସ୍:

ଜରୁରୀକାଳୀନ ପରିସ୍ଥିତିରେ ଶିକ୍ଷକଙ୍କର ଜୀବନ ବଞ୍ଚେଇଲେ ମନ୍ତ୍ରୀଙ୍କର ଅଙ୍ଗରକ୍ଷକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିପିଇ କିଟ ପିନ୍ଧି ରୋଗୀଙ୍କୁ ଦେଲେ ଅକ୍ସିଜେନ

ବରଗଡ :--ବର୍ତ୍ତମାନ ପରିସ୍ଥିତି ଏମିତି ହେଲାଣି ଯେ ନିଜର ଅତି ଆପଣାର ଲୋକ ମାନେ ବି ସଂକ୍ରମଣ ଭୟରେ ପାଖକୁ ଆସୁ ନାହାନ୍ତି । ଏହିଭଳି ସ୍ଥିତିରେ ନିଜର ଜୀବନକୁ ବାଜି ଲଗାଇ ଅନେକ ଆଗେଇ ଆସୁଛନ୍ତି ପୀଡିତ ମାନଙ୍କର ପ୍ରତକ୍ଷ ଓ ପରୋକ୍ଷରେ ସେବା କରିବା ପାଇଁ । ଆଜି ଏହିଭଳି ଏକ ଦୃଶ୍ୟ ଦେଖବାକୁ ମିଳିଛି ।ରାଜ୍ୟ ସରକାରଙ୍କର  ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ଅଙ୍ଗରକ୍ଷକ (ପିଏସଓ) ଶ୍ରୀ ବିନାୟକ ପଟେଲ ଆଜି ଜଣେ କରୋନା ସଂକ୍ରମିତ ଯୁବକଙ୍କୁ ଅକ୍ସିଜେନ ଦେଇ କରୋନା ଯୋଦ୍ଧା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ବିଜେପୁର ଅଂଚଳର ସୋହେଲାରେ ରହୁଥିବା ଜଣେ ହାଇସ୍କୁଲ ଶିକ୍ଷକ କରୋନାରେ ସଂକ୍ରମିତ ହୋଇ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ହଠାତ ଆଜି ତାଙ୍କ ଅକ୍ସିଜେନ ଲେବେଲ କମି ଯିବା ଖବର ପାଇଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ତୁରନ୍ତ ଶିକ୍ଷକଙ୍କୁ ଅକ୍ସିଜେନ ଦେବାକୁ ଥିବା ଜାଣି ପିଏସଓ ପଟେଲ ମନ୍ତ୍ରୀଙ୍କ ସହିତ କଥା ହୋଇ ଅକ୍ସିଜେନ ସିଲିଣ୍ଡର ଧରି ସୋହେଲା ମାଧବ ନଗରରେ ରହୁଥିବା ଶିକ୍ଷକଙ୍କ ଘରକୁ ପହଞ୍ଚି ଯାଇଥିଲେ । ପିପିକିଟ ପିନ୍ଧି ହାବିଲଦାର ପଟେଲ ଶିକ୍ଷକଙ୍କୁ ଅକ୍ସିଜେନ ଲଗାଇଥିଲେ । ଏହା ପୂର୍ବରୁ ମଧ୍ଯ ପିଏସଓ ପଟେଲ ସୋହେଲା ବ୍ଲକର ତବଡା ଓ ସନିମାଲ ଗ୍ରାମରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ମଧ୍ୟ ଅକ୍ସିଜେନ ଲଗାଇ ଥିବା ପ୍ରକାଶ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ,କିଛି ଦିନ ତଳେ ମନ୍ତ୍ରୀ ସୁଶାନ୍ତ ସିଂହ ନିଜସ୍ୱ ଉଦ୍ୟମରେ ସୋହେଲା ଅଂଚଳରେ ଜରୁରୀକାଳୀନ ସ୍ଵାସ୍ଥ୍ୟସେବା ପାଇଁ ୩ ଗୋଟି ଆମ୍ବୁଲାନ୍ସ ଓ ୧୫ ଗୋଟି ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଛନ୍ତି । ଏବେ ସେ ସବୁ କରୋନା ରୋଗୀଙ୍କ ପାଇଁ ସଂଜୀବନି ସଦୃଶ କାମ କରୁଛି । କରୋନା କାଳ ଆରମ୍ଭ ହେଲା ଦିନଠାରୁ ମନ୍ତ୍ରୀ ସୁଶାନ୍ତ ସିଂହ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବରେ କାମ କରି ଆସୁଛନ୍ତି । ଏହି କରୋନା ଲଢେଇରେ ତାଙ୍କ ପିଏସଓ ବିନାୟକ ପଟେଲ ମଧ୍ୟ ସାମିଲ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ସିଂହ ପିଏସଓଙ୍କୁ ଧନ୍ୟବାଦ ଦେଇଛନ୍ତି ।

0
0
0
s2sdefault