ହେଡଲାଇନସ୍:

ତଥାପି ବଞ୍ଚିଛି ମଣିଷ ପଣିଆ : କାନ୍ଧ ଦେଲେନି ଆତ୍ମୀୟ ସ୍ଵଜନ, ଆଗେଇ ଆସିଲା ପ୍ରଶାସନ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଡ଼ିଓ ଓ ଅନ୍ୟ ଅଧିକାରୀ କାନ୍ଧ ଦେଇ କଲେ ଶବ ସଂସ୍କାର

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ସ୍ୱାର୍ଥପର ଦୁନିଆ ରେ ଆଜିବି ବଞ୍ଚି ରହିଛି ମଣିଷ ପଣିଆ ବା ମାନବିକତା। ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ବୁଗୁଡା ବ୍ଲକ, ଗୋଲିଆ ପାଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ଗତକାଲିର ଘଟଣା। ଜ୍ବରରେ ଆକ୍ରାନ୍ତ ହୋଇ ସ୍ୱାମୀ ପଞ୍ଚୁ ପ୍ରଧାନ ମରିଥିଲେ ଏପ୍ରିଲ ୫ ତାରିଖ ସକାଳେ, ପୁଅ ଚିତ୍ରସେନ ପ୍ରଧାନ(୩୫) ପୋଲସରା ମେଡ଼ିକାଲରେ ଜୀବନ ସହ କରୁଛନ୍ତି ସଂଘର୍ଷ। ଆଉ ସ୍ୱାମୀ ଚାଲିଯିବାର କେଇ ଘଣ୍ଟା ପରେ ସହି ୫ ତାରିଖ ଅପରାହ୍ନ ତିନି ଟା ସମୟରେ ଚାଇଗଲେ ପତ୍ନୀ ସବିତା ପ୍ରଧାନ(୫୫)। ସ୍ୱାମୀଙ୍କ ଶବ ସକାଳେ ଦାହ କରାଯାଇଥିଲେ ମଧ୍ୟ ପତ୍ନୀର ମୃତ୍ୟୁ  ଘଟଣା ପରେ ଗ୍ରାମର ଲୋକଙ୍କ ମଧ୍ୟରେ ଖେଳିଗଲା କରୋନା ଆତଙ୍କ ଭୟ। ଶବ ଦାହ କରିବାକୁ ଆସିଲେ ନାହିଁ ଗ୍ରାମର କୌଣସି ଲୋକ। ମୃତ ସବିତାଙ୍କ ବିବାହିତ ଝିଅ ଖବର ପାଇ ଆସିଥିଲେ ମଧ୍ୟ ଯାଇନଥିଲେ ମାଆଙ୍କ ମର ଶରୀର ନିକଟକୁ। ରହିଥିଲେ ବାହାରେ। ସରପଞ୍ଚ ପ୍ରତିନିଧି  ମାନସ ପ୍ରଧାନ ବୁଗୁଡା  ବିଡ଼ିଓ ତନ୍ମୟ ପାତ୍ରଙ୍କୁ  ଖବର ଦେଇଥିଲେ । ଯାହା ହେଲେବି ମୃତ୍ୟୁ ଘୋଷଣା କରିବେ ଡାକ୍ତର । ବିଡ଼ିଓ ଯୋଗାଯୋଗ କଲେ ବୁଗୁଡା ମେଡ଼ିକାଲ ଟିମ ସହ । ବିଡ଼ିଓ ତନ୍ମୟ ପାତ୍ର, ଡାକ୍ତର ମନୋରଞ୍ଜନ ନାୟକ, ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ, ବୁଗୁଡା ମେଡ଼ିକାଲ ବିପିଏମ ବିଶ୍ଵଜିତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ଏହି ପାଞ୍ଚ ଜଣ କରୋନା କିଟ ପରିଧାନ କରି ରାତ୍ର ୮ ଘଣ୍ଟା ବେଳେ ସବିତାଙ୍କ ଘରକୁ ଯାଇ ସବିତାଙ୍କ ମର ଶରୀର ଉଠାଇ ଶ୍ମଶାନକୁ ନେଇ  ଶବ ଦାହ କରି ମଣିଷ ପାଣିଆର ପରିଚୟ ଦେଇଥିଲେ। ସ୍ବର୍ଗତ ସବିତାଙ୍କ ପରିବାର ବର୍ଗ କିମ୍ବା ଗ୍ରାମବାସୀ କରୋନା ସନ୍ଦେହ କରି ଶବ ପାଖ ଯାଇନଥିବା ବେଳେ ବିଡ଼ିଓ ଶ୍ରୀ ପାତ୍ର, ଡାକ୍ତର ଶ୍ରୀ ନାୟକ, ଡାକ୍ତର ଶ୍ରୀ ବିଶ୍ୱାଳ, ବିପିଏମ ଶ୍ରୀ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ବାବୁ ଯେଉଁ ପରି ଭାବେ ମାନବିକତାର ପରିଚୟ ଦେଇଛନ୍ତି, ସେଥିପାଇଁ ଆପେଆପେ ନଇଁ ଯାଉଛି ମସ୍ତକ। ଖବର ଜାଣିବା ପରେ ଅଞ୍ଚଳ ବାସୀ କରିଛନ୍ତି ଭୂରି ଭୂରି ପ୍ରଶଂସା । ଏବେ ବି ବଞ୍ଚିଛି ମଣିଷ ପଣିଆ ।

0
0
0
s2sdefault