ହେଡଲାଇନସ୍:

 ଈମ୍ଫା କାରଖାନାରେ ପୁଣି ତାଲା ଝୁଲିଳା: ପ୍ରଶାସନର ମୁଣ୍ଡବଥା ବଢ଼ିଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 
ରାୟଗଡାରୁ ସରୋଜ କୁମାର ସାହୁ :  ଦୀର୍ଘ ୪୬ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ଦାବି ପୂରଣ ନ ହେବାରୁ ପୁଣି ଈମ୍ଫା କାରଖାନା ରେ ତାଲା ପକାଇ ଗେଟ ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ । ରାୟଗଡା ଜିଲ୍ଲା ଥେରୁବାଲି ଠାରେ ଥିବା ଈମ୍ଫା କାରଖାନା ସ୍ଥାନୀୟ ଅଞ୍ଚଳରେ ପାରିପାର୍ଶ୍ୱିକ ଉନ୍ନତି , ସ୍ଥାନୀୟ ବେକାର ଯୁବାଯୁବତୀଙ୍କୁ ନିଯୁକ୍ତି , ଅଂଚଳର ସ୍ୱାସ୍ଥ୍ୟ, ଶିକ୍ଷା ,ପାନୀୟ ଜଳ ଯୋଗାଇବା , କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ସୁରକ୍ଷା ଭଳି ୯ ଦଫା ନେଇ ଆଜିଠାରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯନ୍ତ ଧାରଣା ଦେଇଛି ସ୍ଥାନୀୟ ଅଂଚଳବାସୀ ।  ଉକ୍ତ ସବୁ ଦାବି ନେଇ ପୂର୍ବରୁ ଗତ ଏପ୍ରିଲ ୨୩ତାରିଖରୁ ୧୯ ଦିନ ପର୍ଯ୍ୟନ୍ତ ବନ୍ଦ ଆନ୍ଦୋଳନ କରାଯାଇଥିଲା । ଏ ନେଇ ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଓ କମ୍ପାନୀ ମଧ୍ୟରେ ବୁଝାମଣା ହେବା ପରେ କମ୍ପାନୀ ସମସ୍ତ ଦାବି ଆସ୍ତେ  ଆସ୍ତେ ୩୦ଦିନ ମଧ୍ୟରେ ପୂରଣ କରାଯିବା ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଇତିମଧ୍ୟରେ ୪୬ଦିନ ବିତି ଯାଇ ଥିଲେ ମଧ୍ୟ ଦାବି ପୂରଣ ହୋଇ ନ ଥିବା ଦର୍ଶାଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ । ପୋଲିସ ପ୍ରଶାସନ ତରଫରୁ କୈାଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ଦୃଷ୍ଟିରେ ରଖି ୧ପ୍ଲାଟୁନ ପୋଲିସ ମୄତୟନ  କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କାେଲନରା ବ୍ଲକର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଇମ୍ଫା କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗା କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ଦେଉନାହାନ୍ତି ।
 
0
0
0
s2sdefault