ହେଡଲାଇନସ୍:

ଗ୍ରାମ୍ୟ କୃଷିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ା/ ସରୋଜ କୁମାର ସାହୁ : ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗ୍ରାମ୍ୟ କୃଷିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି  । ଯୋଗ୍ୟ ପ୍ରାର୍ଥୀ ଚାକିରୀ ପାଇବାରୁ ବଂଚିତ ହୋଇଥିବା ସୂଚନା ମିଳିଛି  । ବିଜ୍ଞପ୍ତି  ପ୍ରକାଶ ପାଇବାର ୫ ବର୍ଷ ପରେ ନିଯୁକ୍ତି ନାମରେ ଅନିୟମିତତା ଘଟିଥିବା ଅନେକ ପ୍ରାର୍ଥୀ ଓ ପ୍ରାର୍ଥୀନୀ  ସୂଚନା ଦେଇଛନ୍ତି  । ମିଳିଥିବା ସୂଚନା ପ୍ରକାରେ ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମ୍ୟ କୃଷିକର୍ମୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ଜିଲ୍ଲାସ୍ତରରେ ଏହି ନିଯୁକ୍ତି ନିମନ୍ତେ ବିଜ୍ଞପ୍ତିରେ ଉଲ୍ଲେଖ ଥିଲା  । ରାୟଗଡ଼ା ଜିଲ୍ଲାରେ ୨୩ ଟି ପଦବୀ ନିମନ୍ତେ ଅନେକ ପ୍ରାର୍ଥୀ ଓ ପ୍ରାର୍ଥୀନୀ ସାକ୍ଷାତକାର ଦେଇଥିଲେ  । ସେଥି ମଧ୍ୟରୁ ପଛୁଆବର୍ଗରେ ଏସ.ପ୍ରବିଣ କୁମାର ନାମକ ଜଣେ ପ୍ରାର୍ଥୀ ସାକ୍ଷାତକାରରେ ଯୋଗ୍ୟ ବିବେଚିତ ହୋଇଥିଲେ  । ଏଭଳିକି ଜିଲ୍ଲାର ପ୍ରଥମ ୫ ଜଣଙ୍କ ମଧ୍ୟରେ ତାଙ୍କର ନାମ ରହିଥିଲା  । ତେବେ ଚଳିତ ବର୍ଷ ଫେବୃୟାରୀ ୩ ତାରିଖରେ ସରକାରଙ୍କ ପକ୍ଷରୁ ଯେଉଁ ଫଳ ପ୍ରକାଶ ପାଇଲା ସେହି ସମୟରେ ଜିଲ୍ଲା ପରିବର୍ତନ ପାଇଁ ସୁଯୋଗ ଦିଆଗଲା । ବିଜ୍ଞପ୍ତିରେ ତାହା ଉଲ୍ଲେଖ ନଥିବା ବେଳେ ଫଳ ପ୍ରକାଶ ପାଇବା ପରେ ମନ୍ଦ ଉଦ୍ଦେଶ୍ୟ  ରଖି ଏହିଭଳି କରାଯାଇଥିବା ପ୍ରବିଣ କହିଛନ୍ତି  । ଯଦ୍ୱାରା ସେ ଯୋଗ୍ୟ ବିବେଚିତ ହୋଇଥିବା ସତ୍ୱେ ଚାକିରୀ ପାଇବାରୁ ବଂଚିତ ହେଲେ । ଅପରପକ୍ଷରେ, ଅନ୍ୟ ଜିଲ୍ଲାର ପ୍ରାର୍ଥୀ ଓ ପ୍ରାର୍ଥିନୀ ନିଜର ମୂଳ ଜିଲ୍ଳାରେ ଯୋଗ୍ୟ ବିବେଚିତ ନହୋଇ ରାୟଗଡ଼ା ଜିଲ୍ଳାରେ ଏହି ପଦବୀ ପାଇଥିବା ସୂଚନା ମିଳିଛି  । ଯାହାକି ଯୋଗ୍ୟ ବିବେଚିତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ପାଇଁ ଏକ ପ୍ରକାର ଅନ୍ୟାୟ କରାଯାଇଥିବା ଅଭିଯୋଗ ହୋଇଛି । ତେବେ କେଉଁଭଳି ସ୍ଥିତିରେ ସରକାର ଜିଲ୍ଲା ପରିବର୍ତନ କରାଇଲେ ତାହା ତଦନ୍ତ ସାପେକ୍ଷ  । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ରୋଚକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାକ୍ଷାତକାର ଦେଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ କହିଛନ୍ତି  ।

 

0
0
0
s2sdefault