ହେଡଲାଇନସ୍:

ମୋହନାରେ ଶ୍ରମିକ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ମେ ୧ ତାରିଖ ବିଶ୍ଵ ଶ୍ରମିକ ଦିବସ ଅବସରରେ ମୋହନା ଆଞ୍ଚଳିକ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କୋଭିଡ଼-୧୯ର ନିୟମ ପ୍ରକାରେ ଅସ୍ଥାୟୀ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ସୀମାଞ୍ଚଳ କାର୍ଯୀ ଯୋଗଦେଇ ଶ୍ରମିକ ମାନଙ୍କର କଲ୍ୟାଣ ପାଣ୍ଠି ବୃଦ୍ଧି କରିବା , ମୋହନା ଠାରେ ଶ୍ରମିକ କାର୍ଯ୍ୟାଳୟ ଖୋଲିବା ଓ ଶ୍ରମିକମାନଙ୍କୁ ସରକାରୀ ସହାୟତା ଉପରେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ସାମାଜିକ କର୍ମୀ ତଥା ସାମ୍ବାଦିକ ପଞ୍ଚାନନ ଦାଶ ଶ୍ରମିକ ସଙ୍ଗଠନକୁ ସୁଦୃଢ କରିବା , ଶ୍ରମିକମାନଙ୍କ ଭିତରେ ଏକତା ବଜାୟ ରଖିବା , ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିବା , ଶ୍ରମିକମାନଙ୍କ ନାର୍ଯ୍ୟ ଦାବୀ ହାସଲ ଓ ମୌଳିକ ସୁବିଧା ପାଇବା ପାଇଁ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବା ଉପରେ ଆଲୋକପାତ କରିଥିଲେ। 

ନିର୍ମାଣ ଶ୍ରମିକ ସଂଘର ପଥ ପ୍ରଦର୍ଶକ ତଥା ସମାଜସେବୀ ଭିକାରୀ ଚରଣ ନାୟକ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ସମସ୍ତ ପ୍ରକାର ଯୋଜନା , ସାହାଯ୍ୟ , ସହଯୋଗ ଯୋଗାଇ ଦେବା , ମୋହନାଠାରେ ପ୍ରଶାସନ ପକ୍ଷରୁ ସପ୍ତାହିକ ଶ୍ରମିକ କାର୍ଯାଳୟ ସ୍ଥାପନ ଓ ମୋହନା ବ୍ଲକରେ ବିଭିନ୍ନ ସମସ୍ୟାକୁ ନେଇ ରହିଥିବା ୧୦ ଗୋଟି ଦାବୀକୁ ସର୍ବସମ୍ମୁଖରେ ଉପସ୍ଥାପନା କରିଥିଲେ।

 ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଭଜହରି ସାହୁ , ଉପସଭାପତି ଧନୁର୍ଯ୍ୟ ନାୟକ , ସମ୍ପାଦକ ଦଶରଥ ମଳିକ , କୋଷାଧକ୍ଷ ବିକି ମାଝୀ , କାଳିଆ ପାତ୍ର , ରାମକୃଷ୍ଣ ପଣ୍ଡା , କେଦାର ପ୍ରଧାନ , କାଳିଆ ସାହୁ , ସୁଦାମ ସାହୁ , ଅନୀଲ ନାୟକ , ବଂଶୀଧର ସ୍ୱାଇଁ ପ୍ରମୁଖ ବହୁ ସଭ୍ୟ ଯୋଗ ଦେଇଥିଲେ । ଶେଷରେ ସଂଘର ଉପସଭାପତି ଶ୍ରୀ ନାୟକ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault