ହେଡଲାଇନସ୍:

 ଜନନୀ ନ ଫନନୀ ଏକ୍ସପ୍ରେସ, ଭାଷଣବାଜିରେ ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

26-06-18-ambulance.jpg - 35.99 kB

ପହଁଞ୍ଚିଲା ନାହିଁ ୧୦୨ , ଅଟୋରେ ସନ୍ତାନକୁ ଜନ୍ମ ଦେଲେ ପ୍ରସୂତୀ

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର ବିଭିନ୍ନ ଯୋଜନାର ସଫଳତାକୁ ନେଇ ଡେଙ୍ଗୁରା ପରେ ଡେଙ୍ଗୁରା ବଜାଇ ଚାଲିଛନ୍ତି । ପୁଣି ଉକ୍ତ ଯୋଜନା କାହାର ତାହାକୁ ନେଇ ଭିଡ଼ାଭିଡ଼ି ଟଣାଉଟରା ଚାଲିଥିବା ସମୟରେ ଯୋଜନା ଯେଉଁମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ସେମାନେ ସେଥିରୁ କେତେ ସଫଳତା ଅଥବା ଉପକୃତ ହେଉଛନ୍ତି ତାର ସମୀକ୍ଷା କରିବାକୁ କାହାରି ନିକଟରେ ଆନ୍ତରିକତା ନାହିଁ । ପୁଣି ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରାବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବୈଠକ ପରେ ବୈଠକ ଡ଼କାଇ ସମୀକ୍ଷା ଚଳାଇ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଜନନୀ ସୁରକ୍ଷା ଯୋଜନା ଫେଲ ମାରିଥିବାର ପରିଲକ୍ଷିତ ହୋଇଛି । ଜୁନ ୨୬ ମଙ୍ଗଳବାର ମୋରଡ଼ା ଥାନା ଅନ୍ତର୍ଗତ ଫୁଲବାଡ଼ି ଗ୍ରାମର ରାମଧନ ମହାନ୍ତଙ୍କ ସ୍ତ୍ରୀ ସୁଲୋଚନା ମହାନ୍ତଙ୍କ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରସୂତୀଙ୍କୁ ଚିକିତ୍ସାଳୟରେ ପହଁଞ୍ଚାଇବା ନିମନ୍ତେ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ମାତ୍ର ୧୦୨ ଆମ୍ବୁଲାନ୍ସ ନ ଆସିବାରୁ ଏକ ଅଟୋରିକ୍ସା ଡ଼କାଇ ନିକଟସ୍ଥ କିଷାନତାଣ୍ଡି ଡ଼ାକ୍ତରଖାନାକୁ ଅଣାଯାଉଥିବା ସମୟରେ ପ୍ରସୂତୀ ସୁଲୋଚନା ଅଟୋରେ ହିଁ ଏକ କନ୍ୟା ରତ୍ନକୁ ଜନ୍ମ ଦେଇଥିଲେ । ଶେଷରେ ଅଟୋଚାଳକ ପ୍ରସୂତୀ ଓ ନବଜାତ ଶିଶୁ କନ୍ୟାକୁ ଧରି କିଷାନତାଣ୍ଡି ଡ଼ାକ୍ତରଖାନାରେ ପହଁଞ୍ଚିବା ପରେ ଡ଼ାକ୍ତର ଉଭୟଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ମାଆ ଓ କନ୍ୟା ସୁସ୍ଥ ରହିଥିବାର ଜଣାପଡ଼ିଛି । ଏହି ଭଳି ଘଟଣା ନୂଆ ନୁହେଁ । ମୟୂରଭଞ୍ଜ ଜିଲ୍ଲା ସହିତ ବିଭିନ୍ନ ଅଞ୍ଚଳରେ ଏହି ପ୍ରକାରର ଘଟଣା ଘଟିବାରେ ଲାଗିଥିବା ବେଳେ ସମସ୍ୟାର ସମାଧାନ କୌଣସି ରାସ୍ତା ବାହାରିପାରୁ ନାହିଁ । ଯାହାକୁ ନେଇ ସରକାର ଜନସାଧାରଣରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ।

 

0
0
0
s2sdefault