ହେଡଲାଇନସ୍:

ସଂଜୟ ମହାନ୍ତି ରେଲୱେ ବୋର୍ଡର ନୂଆ ମେମ୍ବର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭାରତୀୟ ରେଳପଥ ଟ୍ରାଫିକ୍ ସେବାର ୧୯୮୫ ବ୍ୟାଚର  ବରିଷ୍ଠ ଅଧିକାରୀ ସଂଜୟ କୁମାର ମହାନ୍ତି ନୂଆଦିଲ୍ଲୀସ୍ଥ ରେଳ ମନ୍ତ୍ରଣାଳୟର ରେଲୱେ ବୋଡର଼୍ର ନୂଆ ମେମ୍ବର (ଅପରେସନ୍ ଓ ବିଜ୍ନେସ୍ ଡେଭେଲପ୍ମେଣ୍ଟ) ତଥା ଭାରତ ସରକାରଙ୍କ ପଦପଯୁକ୍ତ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ଶ୍ରୀ ମହାନ୍ତି କୋଲକାତାସ୍ଥ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ଶ୍ରୀ ମହାନ୍ତି ନୂଆଦିଲୀସ୍ଥ ରେଲୱେ ବୋଡର଼୍ରେ ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  (ଟ୍ରାଫିକ୍ ପରିବହନ), ପୂର୍ବ ତଟ ରେଳପଥରେ ବରିଷ୍ଠ ଉପମହାପ୍ରବନ୍ଧକ ଓ ମୁଖ୍ୟ ସତର୍କତା ଅଧିକାରୀ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ପଣ୍ୟ ପରିବହନ ପ୍ରବନ୍ଧକ, ଭୁବନେଶ୍ୱର ଆଇ.ଆର୍.ସି.ଟି.ସି.ର ଆଞ୍ଚଳିକ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧାରୋଡ଼୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଇତ୍ୟାଦି ଭାରତୀୟ ରେଳପଥର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟକରିଛନ୍ତି । ତାଙ୍କ ସମୟରେ ପଣ୍ୟ ପରିବହନ କ୍ଷେତ୍ରରେ ଖୋର୍ଦ୍ଧାରୋଡ଼୍ ରେଳ ମଣ୍ଡଳ ଭାରତୀୟ ରେଳପଥରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବା ଥିଲା ଶ୍ରୀ ମହାନ୍ତିଙ୍କର ସବୁଠୁଁ ବଡ଼ ସଫଳତା ।

ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ  ଡିଗ୍ରୀ ହାସଲ କରି ଭାରତୀୟ ରେଳପଥରେ ଯୋଗଦାନ କରି ମୁମ୍ବାଇ, ନାଗପୁର, ଝାନ୍ସି ଏବଂ କୋଙ୍କୋଣ ରେଳପଥର ବହୁ ଉଚ୍ଚ ପଦପଦବୀରେ କାର୍ଯ୍ୟକରିଛନ୍ତି । ସେ ପ୍ରଶାସନରେ ଅଭିନବୀକରଣ ଏବଂ ପ୍ରଣାଳୀ ଗଠନ କରିବାରେ ଦକ୍ଷତା ଅର୍ଜନ କରିଛନ୍ତି । ସେ ବାଲେଶ୍ୱରର ସୁପରିଚିତ ଆଡ଼ଭୋକେଟ  କୃଷ୍ଣ ପ୍ରସାଦ ମହାନ୍ତିଙ୍କର କନିଷ୍ଠ  ସନ୍ତାନ ।

 

0
0
0
s2sdefault