ହେଡଲାଇନସ୍:

ଯୌତୁକ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଜେଲ ଓ ଜୋରିମାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ କାମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଆଜି ଏକ ଯୌତୁକ ନିର୍ଯ୍ୟାତନା ସହିତ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିବା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଜେଲ ଓ ଜୋରିମାନାର ରାୟ ଶୁଣାଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ଗ୍ରାମର ସ୍ୱାମୀ ବାବୁ ଓରଫ ଦିପାୟନ ସାହୁ(୨୯)ଙ୍କୁ  ଭାରତୀୟ ପିଙ୍ଗଳ କୋଡ଼ ଧାରା ୪୯୮(ଏ), ୩୦୬ ଓ ୩୪  ଅନୁସାରେ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହିତ ତାଙ୍କ ବିରୋଧରେ ଲାଗୁ ହୋଇଥିବା ପ୍ରତ୍ୟେକ ଆଇପିସିରେ ୫ଶହ ଟଙ୍କା ଲେଖାଏଁ ମୋଟ ୧୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଯାଇଛି । ସେହିପରି ଶ୍ୱଶୁର ଦେବବ୍ରତ ସାହୁ(୬୧) ଓ ଶାଶୁ ସଚିମଣି ଓରଫ ରଜନୀ ସାହୁଙ୍କୁ ୪୯୮(ଏ), ୩୦୬ ଓ ୩୪ ଆଇପିସି ଅନୁସାରେ ଏକ ବର୍ଷ ସଶ୍ରମ କାରାଦଣ୍ଡ ଓ ପ୍ରତ୍ୟେକ ଆଇପିସିରେ ୫ଶହ ଟଙ୍କା ଲେଖାଏଁ ମୋଟ ୧୫ଶହ ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବୈଶିଙ୍ଗା ଥାନା ଶାଳଗାଁ ଗ୍ରାମର ଦେବବ୍ରତ ସାହୁଙ୍କ ପୁଅ ଦିପାୟନ ୨୦୧୨ ଜୁନ ୨୮ରେ ବୈଦିକ ରୀତିନୀତି ଅନୁସାରେ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୪ ଶୁନଗଡ଼ିଆର କରୁଣାକର ସାହୁଙ୍କ ଝିଅ ସ୍ନେହ ଲତାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବେଦୀ ଉପରେ ବର ପକ୍ଷରୁ ଦାବି ମୁତାବକ ଏକ ହିରି ହୋଣ୍ଡା ବାଇକ ସହିତ ଅନ୍ୟାନ୍ୟ ଆସବାବପତ୍ର ଆଦି ପ୍ରଦାନ କରାଯାଇ ଥିଲା ଓ ବିବାହର  ୫/୬ ମାସ ପରେ ସ୍ୱାମୀ ବାବୁ , ଶ୍ୱଶୁର ଦେବବ୍ରତ ଓ ଶାଶୁ ସଚୀମଣି ଅଧିକ ଏକ ଲକ୍ଷ ଟଙ୍କା ଯୌତୁକ ବାବଦରେ ଦାବି କରି ବୋହୂ ସ୍ନେହଲତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ମାତ୍ର ଶ୍ୱଶୁର ଘରେ ସମସ୍ତ ନିର୍ଯ୍ୟାତନାକୁ ସହ୍ୟ କରି ଚାଲିଥିବା ବେଳେ ୨୦୧୪ ମାର୍ଚ୍ଚରେ  ଝିଅ ସ୍ନେହଲତା ଗୁରୁତ୍ତର ଭାବେ ଅସୁସ୍ଥ ହୋଇପଡ଼ିଥିବାର ଖବର ପାଇ ଭାଇ ରାମକୃଷ୍ଣ ସାହୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ସ୍ନେହଲତା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ଶାଶୁ ଘର ଶାଳଗାଁକୁ ଫେରି ଯାଇଥିଲା ଏବଂ ଏହାର କିଛି ଦିନ ବ୍ୟବଧାନରେ ୨୦୧୪ ଅପ୍ରେଲ ୧୧ରେ ସ୍ନେହଲତା ବେକରେ ଦଉଡ଼ି ଦେଇ ଗୁରୁତ୍ତର ରହିଥିବାର ଖବର ଶ୍ୱଶୁର ଘରର ଲୋକେ ବାରିପଦା ବାପଘରକୁ ଫୋନରେ ଦେବା ପରେ ସ୍ନେହଲତାକୁ ପ୍ରଥମେ ବେତନଟୀ , ପରେ ବାରିପଦା ଏବଂ ଶେଷରେ କଟକକୁ ସ୍ଥାନାନ୍ତରିତ କରାଯାଇ ଥିଲା । ଶେଷରେ କଟକରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସ୍ନେହଲତାର ମୃତୁ୍ୟ ହୋଇଥିଲା । ଆଜି ଉକ୍ତ ମାମଲାରେ ରହିଥିବା ମୋଟ ୧୮ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଏପିପି ସନ୍ତୋଷ କୁମାର ପୃଷ୍ଟି ପରିଚାଳନା କରିଥିଲେ । 

 

0
0
0
s2sdefault