ହେଡଲାଇନସ୍:

ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, ଜଳିଗଲା 4ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ.

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ (ସନ୍ତୋଷ ମେହେର) : ଆଠମଲ୍ଲିକ ବ୍ଲକ କନ୍ଧପଡା ପଂଚାୟତ ଅନ୍ତର୍ଗତ ପାତ୍ରପଡା ଗ୍ରାମରେ ସର୍ଟସର୍କିଟ କାରଣରୁ ସୌରୀ ନାଏକ ଏବଂ ଭଗବାନ ନାଏକଙ୍କର 4ବଖରା ଘର ପଡିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି I ଖବର ପାଇ ଆରିୟନ ଫାଉଣ୍ଡେସନ ଟ୍ରଷ୍ଟ ର କର୍ମକର୍ତ୍ତା ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ସହିତ ନିଆଁ ଲିଭାବାରେ ସହଯୋଗ କରିଥିଲେ I ଟ୍ରଷ୍ଟ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଯଥା ସମ୍ଭବ ବସ୍ତ୍ର,ଶୁଖିଲା ଖାଦ୍ୟ,ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ମାକ୍ସ, ସାନିଟାଇଜର ଆଦି ପ୍ରଦାନ କରିଛନ୍ତି I ପ୍ରଶାସନ ପକ୍ଷରୁ ମାଧପୁର ରାଜସ୍ବ ନିରୀକ୍ଷକ ଅଧିକାରୀ ଅକ୍ଷୟ କୁମାର ପାତ୍ର ଘଟଣା ସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିବା ସହିତ ପଲିଥିନ ପାଲ ପ୍ରଦାନ କରିଛନ୍ତି I ଆରିୟନ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସଭାପତି ନିରଞ୍ଜନ ହୋତା, ବିଶ୍ୱରଞ୍ଜ ବିଶ୍ୱାଳ,ସୁନନ୍ଦ ମହାଖୁଡ଼, ନାରାୟଣ ସାହୁ, ଅଜିତ ମହାଖୁଡ଼, ଲେୟନ ପ୍ରଧାନ, ଋତୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ହୋଇ ସହଯୋଗର ହାତ ବଢ଼େଇଥିଲେ I ପ୍ରଶାସନ ପକ୍ଷରୁ କ୍ଷତି ଗ୍ରସ୍ତ ପରିବାରକୁ ସହଯୋଗ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି I

0
0
0
s2sdefault