ହେଡଲାଇନସ୍:

କୋଭିଡ଼ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର (ନିରୋଜ ମିଶ୍ର) : ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ଆଜି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଗସ୍ତରେ ଆସି କୋଭିଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି | ଡାକ୍ତରଖାନାର ଅଧିଖ୍ୟକ ଡ. ମହେନ୍ଦ୍ର ନାଏକ ଓ ଅନ୍ୟ ବରିଷ୍ଠ କର୍ମଚାରୀ ଙ୍କ ସହ କୋଭିଡ ଆଇସୋଲେସନ୍, ଆଇସିୟୁ ବାହାରୁ ବୁଲି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି | ଏହା ସହ ସାତମହଲା କୋଠାରେ ଥିବା ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ରୋଗ ବିଭାଗର ବିଭିନ୍ନ ସମାସ୍ୟା ସଂପର୍କରେ ଆଲୋଚନା କରିଛନ୍ତି | ଗତ ଜାନୁୟାରୀ ମାସରୁ କୋଭିଡ ଡାକ୍ତରଖାନାରେ ୨୫ ଟି ଭେଣ୍ଟିଲେଟର୍ କାର୍ଯ୍ୟଖ୍ୟମ କରାଯିବା ବଦଳରେ ମାତ୍ର ୧୦ ଟି କାର୍ଯ୍ୟଖ୍ୟମ କରୁଥିବା ଜାଣି ସାଂସଦ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ | ବାକିତକ ଭେଣ୍ଟିଲେଟର୍ କୁ ଖୁବଶୀଘ୍ର କାର୍ଯ୍ୟଖ୍ୟମ କରିବାକୁ ସେ ବିଭାଗୀୟ ଅଧିଖ୍ୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହାସହ ଡାକ୍ତରଖାନାରେ ଥଣ୍ଡା ପାଣି ପାଇଁ ୬ଟି ୱାଟର୍ କୁଲର୍ ଯୋଗାଇ ଦିଆଯାଇଥିବା ବେଳେ ରୋଗୀଙ୍କ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ସେଡ୍ ନିର୍ମାଣ କରାଯିବ ବୋଲି ସାଂସଦ ପ୍ରକାଶ କରିଛନ୍ତି | ବିଶେଷ କରି ଜିଲ୍ଲାର ଉପଖଣ୍ଡ ଡାକ୍ତରଖାନା ଗୁଡିକରେ ମଧ୍ୟ କୋଭିଡ ଡାକ୍ତରଖାନା ଆରମ୍ଭ କରିବାକୁ ସାଂସଦ ଦାବୀ କରିଛନ୍ତି | ମେଡିକାଲ କଲେଜ ରେ  ପ୍ରତିଦିନ କରାଯାଉଥିବା ଏକ ହଜାର ଆରଟିପିସିଆର୍ ଟେଷ୍ଟ ମଧ୍ୟରେ ଜିଲ୍ଲାର ୩ଶହ ଓ ବାକିତକ ପଡୋଶୀ ଜିଲ୍ଲାର ରୋଗୀଙ୍କ ଟେଷ୍ଟ କରାଯାଉଥିବା ନେଇ ସୂଚନା ଦେଇଥିଲେ | ତେବେ  ଅତି କମ୍ ରେ ଦୈନିକ  ଜିଲ୍ଲାର ୫ଶହ ଟି ଆରଟିପିସିଆର୍ ଟେଷ୍ଟ କରିବାକୁ ସାଂସଦ ଦାବୀ କରିଛନ୍ତି | ଏହାସହ ଜିଲ୍ଲାରେ ଯେପରି ଅକ୍ସିଜେନ୍ ଅଭାବରୁ କୌଣସି କୋଭିଡ ରୋଗୀ ଙ୍କ ମ୍ରୁତ୍ୟୁ ଘଟିବ ନାହିଁ ତାହା ସୁନିଶ୍ଚିତ କରିବାକୁ ମେଡିକାଲ କଲେଜ ଅଧିଖ୍ୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ତେବେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରହିଥିବା ବେଳେ ଆସନ୍ତା ୨ - ୪ ଦିନ ମଧ୍ୟରେ ଭେଣ୍ଟିଲେଟର୍ ସମାସ୍ୟାର ସମାଧାନ କରାଯିବ ବୋଲି ଅଧିଖ୍ୟକ ଡ. ମହେନ୍ଦ୍ର ନାଏକ ସୂଚନା ଦେଇଥିବା ସୂଚନା ରହିଛି। ସେପଟେ ଏ ବିଷୟରେ ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ ବଲାଙ୍ଗୀର ଜିଲ୍ଲା ପାଳ ଶ୍ରୀ ଚଞ୍ଚଲା ରାଣାଙ୍କ ସହ ଆଲୋଚନା କରିବା ସହ ଲିଖିତ ପତ୍ର ଜଣାଇଥିବା ମଧ୍ୟ ସୂଚନା ରହିଛି।

0
0
0
s2sdefault