ହେଡଲାଇନସ୍:

କରୋନା ଆଳରେ ଚାଲିଛି କଲାବଜାରୀ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- କରୋନାର ଦ୍ବିତୀୟ ଲହର ସମଗ୍ର ଓଡ଼ିଶାରେ କାୟା ବାସ୍ତାର କରିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ନିୟମ ମାନ କରିଛନ୍ତି । ଛତିଶଗଡ଼ ରାଜ୍ୟରେ କରୋନା ଅଧିକ ସଂକ୍ରମଣ ହେଉଥିଲା ତେଣୁ ରାଜ୍ୟ ସରକାର ଛତିଶଗଡ଼ ସିମାନ୍ତବର୍ତ୍ତୀ ଦଶ ଗୋଟି ଜିଲ୍ଲାରେ ପ୍ରଥମେ ନାଇଟ କର୍ଫ୍ୟୁ ନିୟମ କରିଥିଲେ । ବରଗଡ଼ ଜିଲ୍ଲା ମଧ୍ୟ ଛତିଶଗଡ଼ ସିମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ମଧ୍ୟ ଏହି ନିୟମ ପ୍ରଣୟନ ହୋଇଥିଲା । ପଦ୍ମପୁର ଉପଖଣ୍ଡରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୄଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଟଡାଉନ ଘୋଷଣା କରାଯାଉଛି । ଏହି ସଟଡାଉନ ସମୟରେ ଲୋକମାନେ ଘର ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ଚାଉଲ,ଡାଲି,ତେଲ,ଲୁଣ,ଆଲୁ,ପିଆଜ ଏମିତି ଅନେକ ଜିନିଷ କିଣିବା ସମୟରେ କଳାବଜାରୀର ଶିକାର ହେଉଥିବା ଜନସାଧାରଣରେ ଚର୍ଚା ହେଉଛି । ସଟଡାଉନର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ନିତ୍ୟ ବ୍ୟବହାର ଜିନିଷ ଗୁଡିକୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଯାହାକି ସାଧାରଣ ଜନତା କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏମିତି ଏହି କଳାବଜାରୀ ବିଷୟରେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚା ହେଉଛି । ଏ ବିଷୟରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ସହ ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଧାରଣରେ ଦାବୀ ହେଉଛି ।

0
0
0
s2sdefault