ହେଡଲାଇନସ୍:

ଆପ୍ ଗଜପତି ତରଫରୁ ସ୍ୱତନ୍ତ୍ର ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ୧୩୦ତମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ଆପ୍ ଗଜପତି ତରଫରୁ ସୋମବାର ଦିନ ସନ୍ଧ୍ୟାରେ ନବ ଉତ୍କଳ ନିର୍ମାତା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । 

ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଓ ଓଡ଼ିଶାରେ ଧାନ ଗବେଷଣା ପ୍ରତିଷ୍ଠା , ଶିକ୍ଷାର ପ୍ରସାର ପାଇଁ ବିଶ୍ଵବିଦ୍ୟାଳୟ , ବିଦ୍ୟାଳୟ , ବାଳିକା ବିଦ୍ୟାଳୟ , କୃଷି କ୍ଷେତ୍ରର ଉନ୍ନତି ପାଇଁ ସାଗର , କେନାଲ ନିର୍ମାଣ , ଓଡ଼ିଆ ଭାଷାର ପ୍ରସାର , କଳା ସଂସ୍କୃତି ଉନ୍ନତି ପାଇଁ ପ୍ରୋତ୍ସାହନ ଦେବା ମୋଟ ଉପରେ ଓଡିଆ ଜାତିର ପ୍ରଗତି ପାଇଁ ତାଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପାଣିଗ୍ରାହୀ , ଲୋକନାଥ ଭୁକ୍ତା , ଶେଖ୍ ମୂଜିବ , ଲୋଗୋସ ଦାସ୍ ବର୍ଦ୍ଧନ , ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

 

 

 

0
0
0
s2sdefault