ହେଡଲାଇନସ୍:

ବୌଦ୍ଧ ଜିଲ୍ଲା ସମବାୟ ଆପଣଙ୍କ ଦ୍ୱାରାରେ ରଥ ସୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ ଜିଲ୍ଲା ସମବାୟ ଆପଣଙ୍କ ଦ୍ୱାରାରେ ରଥ ସୁଭାରମ୍ଭ 

ବୌଦ୍ଧ (ସିମୁନ୍ ନାଏକ) ; ସରକାର କୃଷିର ବିକାଶକୁ ଅଗ୍ରଧିକାର ଦେବା ସହିତ ଚାଷିଙ୍କୁ ସବସିଡ ମୂଲ୍ୟରେ ଉନ୍ନତ କିଷମର ଧାନ ବିହନ, ସାର, କୀଟନାଶକ ଓ ସ୍ୱଳ୍ପ ପ୍ରତିଶତ ରେ ଋଣ ସମବାୟ ବିଭାଗ ଦ୍ୱାରା ଯୋଗାଇ ଦେଉଛନ୍ତି । ଚାଷିମାନେ ସମବାୟରୁ ମିଳୁଥିବା ସମସ୍ତ ଯୋଜନାରେ ସାମିଲ ହେବେ ସେଥି ନିମନ୍ତେ ସମବାୟ ଆପଣଙ୍କ ଦ୍ୱାରରେ ରଥ ପ୍ରତ୍ୟେକ ଜିଲ୍ଲାରେ ସମବାୟ ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି । ସେହିପରି ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଦିନ ୯ ଟା ବେଳେ ଏହି ସଚେତନତା ରଥ ଓଡିଶା ବିଧାନ ସଭାର ବାଚସ୍ପତି ପ୍ରଦିପ ଅମାତ ଓ ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଏନ.ସି. ରଂଜନ ନାଏକ, ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକ ସୁରେନ୍ଦ୍ର ପ୍ରଧାନ, ବୌଦ୍ଧ ଏଆରସିଏସ ପାଣୁ ଚରଣ ସାହୁ, , ଆର୍ଏମସି ସଂପାଦକ ହାଡିବନ୍ଧୁ ମହାକୁଡ ପ୍ରମୁଖ ସାମିଲ ଥିଲେ । ଏହି ରଥ ଅଜି ବଢିଗାଁ ସେବା ସମବା ଲିଃ ରେ ପହଁଚି ଏକ ସଚେତନା ସଭା କରାଯିବା ସହ ସେହି ପ୍ୟାକ୍ସର ସମସ୍ତ ଗ୍ରାମରେ ପହଁଚି ଚାଷିମାନଙ୍କୁ ସଚେତନତ ବାର୍ତା ପ୍ରଦାନ କରିବ । ସେହିପରି ବୁଧବାର ଦିନ ଖୁଣ୍ଟବନ୍ଧ ସେବା ସମବାୟ ଓ ଗୁରୁବାର ଦିନ ତେଲିବନ୍ଧ ସେବାସମବାୟରେ ରଥ ଭ୍ରମଣ କରିବା ସହ ଏହି ରଥ ସମଗ୍ର ଜିଲ୍ଲାରେ ସବୁ ପ୍ୟାକ୍ସ ମାନଙ୍କରେ ପହଁଚି ସଚେତନତା ସଭା ଅୟୋଜନ କରାଯାଇଥିବା ବୌଦ୍ଧ ଏଆରସିଏସ ପାଣୁ ଚରଣ ସାହୁ କହିଛନ୍ତି । 

 

0
0
0
s2sdefault