ହେଡଲାଇନସ୍:

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଯୁବ ସାମ୍ବାଦିକ ଅମଜଦ ବାଦଶାହ’ଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର,(ନିରୋଜ ମିଶ୍ର ) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଝାରସୁଗୁଡାର ଯୁବ ସାମ୍ବାଦିକ ଅମଜଦ ବାଦଶାହ’ଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ  ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ନିର୍ଭିକ, ନିଷ୍ଠାପର, ପରୋପକାରୀ, ଶ୍ରଦ୍ଧାଳୁ ତଥା କର୍ମଠ ସାମ୍ବାଦିକଙ୍କୁ ଓଡିଶାର ସାମ୍ବାଦିକ ଜଗତ ହରାଇଛି ବୋଲି ଉପସ୍ଥିତ ସାମ୍ବାଦିକମାନେ ମତପ୍ରକାଶ କରିଛନ୍ତି । ଏହି ଶୋକସଭାରେ ସଂଘ ସଭାପତି ଶ୍ରୀ ପୂଜାରୀଙ୍କ ସହ ମଂଚାସୀନ ଥିଲେ ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ବରିଷ୍ଠ  ସାମ୍ବାଦିକ ଶିଶିରକାନ୍ତ ଶତପଥୀ ।  ସାମ୍ବାଦିକ ମନୋରଂଜନ ଯୋଷୀ, ସଂଦୀପ କୁଅଁର, ଚନ୍ଦ୍ରଭାନୁ ମୋଲାନା, ଦେବାଶିଷ ମିଶ୍ର, ରଘୁନନ୍ଦନ ସିଂ ସ୍ମୃତିଚାରଣ କରିବା ସହ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ  ସାମ୍ବାଦିକ ନବୀନ ପଶାୟତ, କରୁଣାକର ପଧାନ, ମହେନ୍ଦ୍ର ପ୍ରଧାନ, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault