ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ‘ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ’କୁ ଅନୁଶୀଳନ କରିବାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଫଳ : ଟଙ୍କଧର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ନେଇ ଅଭିଯୋଗ  ଆଣିଲେ ଟଙ୍କଧର 

ଭୁବନେଶ୍ୱର : ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ବର୍ତମାନ ସମୟରେ ଲେନ୍ସ ଲଗାଇ ଖୋଜିବାକୁ ପଡ଼ୁଛି । ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ‘ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ’କୁ ଅନୁଶୀଳନ କରିବାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ । 

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କୋଭିଡ୍ ପରିଚାଳନା ଦାୟିତ୍ୱରେ ଅଛି । ମାତ୍ର ସ୍ୱାସ୍ଥ୍ୟ ବିଭାଗହ ମନ୍ତ୍ରୀ ନବ ଦାସଙ୍କୁ ଲେନ୍ସ ଲଗେଇକି ଖୋଜିବାକୁ ପଡ଼ୁଛି । ବର୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ହେଉଛି ଟେଷ୍ଟିଂ ବଢ଼ାଇବା, ଟ୍ରେସିଂ କରିବା ଏବଂ ଟ୍ରିଟମେଂଟ୍ କରିବା । ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବରେ ରାଜ୍ୟ ଗୁଡ଼ିକୁ କହିଛନ୍ତି ଯେ ଯଦି ଏହି ୩ଟି ନିୟମକୁ ଅନୁଶୀଳନ କରାଯିବ ତେବେ ବହୁ ସହଜରେ ସବୁ କାମ ସମ୍ଭବ ହୋଇପାରିବ ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବିଶେଷ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୃହ ଜିଲ୍ଲା ଝାରସୁଗୁଡ଼ା ତଥା ପଡେ଼ାଶୀ ଜିଲ୍ଲା ଝାରସୁଗୁଡ଼ା, ପଡେ଼ାଶୀ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ସମୂହରୁ ଆସୁଛନ୍ତି । ମାତ୍ର ବର୍ତମାନ ସମୟରେ ଏ ସବୁ ଜାଗାରେ ସ୍ଥିତି ସଙ୍ଗୀନ ରହିଛି । ଏହି ଜିଲ୍ଲା ମାନଙ୍କରେ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ହୋଇପାରୁନାହିଁ । 

ପ୍ରଥମତଃ କୋଭିଡ଼୍ ଟେଷ୍ଟିଂ ରିପୋର୍ଟ ପାଇବା ପାଇଁ ୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି । ଆରଟିପିସିଆର ଟେଷ୍ଟ୍ କମ୍ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ବୁର୍ଲାରେ ଏବଂ ରାଉରକେଲାରେ କେବଳ ଟେଷ୍ଟିଂ ସୁବିଧା ରହିଛି । ଗୋଟେ ରୋଗୀର ସାମ୍ପଲ ଆସି ରୋପୋର୍ଟ ପହଁଚିବା ପାଇଁ ୭୨ ଘଂଟାରୁ କମ୍ ସମୟ ଲାଗୁନାହିଁ  । ରୋଗୀ ବଂଚିବ ନା ମରିଯିବ । ଆବଶ୍ୟକ ତୁଳନାରେ କେତେ ସଂଖ୍ୟକ ଟେଷ୍ଟିଂ ସୁବିଧା ଅଛି ମନ୍ତ୍ରୀ ମହୋଦୟ ଉତର ଦେବେ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । 

ସେହିପରି ଦ୍ୱିତୀୟତଃ ଯେତେବେଳେ ଟେଷ୍ଟିଂ କରାଯାଉନାହିଁ ଏବଂ କମ୍ ସଂଖ୍ୟକ ଟେଷ୍ଟିଂ କରୁଥିବା ଲୋକମାନେ କୋଭିଡ୍ ହୋଇଛି କି ନାହିଁ ଆଶା ଆଶଙ୍କାରେ ରହୁଛନ୍ତି । ତେଣୁ  ଟ୍ରେସିଂ କିପରି କରାଯିବ? 

ତୃତୀୟତଃ ପଶ୍ଚିମ ଓଡ଼ିଶାରେ ଟ୍ରିଟମେଂଟ ପାଇଁ ଭିତିଭୂମି ନାହିଁ । ବେଡ୍ର ବ୍ୟବସ୍ଥା ନାହିଁ  । ଭେଂଟିଲେଟର ନାହିଁ । ଅrିଜେନ୍ କମ୍ ଅଛି । ଏହା ପ୍ରାଇମେରୀ ବିଷୟ । ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଗାଇଡଲାଇନର ଉଲ୍ଲଂଘନ କରାଯାଉଛି ।

ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ନବ ଦାସଙ୍କ ଦାୟିତ୍ୱ ସମଗ୍ର ରାଜ୍ୟର ଥିବା ବେଳେ ନିଜର ଗୃହ ଜିଲ୍ଲାକୁ ସମ୍ଭାଳୁ ପାରୁନାହାନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଛତିଶଗଡକୁ ଲାଗିଥିବା ବେଳେ ତାଙ୍କ ପାଇଁ ଏହି କଠିନ ସମୟରେ ଆହ୍ୱାନ ବହୁତ ଗୁଡ଼ିଏ ଅଛି । ସେ ନିଜ ଗୃହ ଜିଲ୍ଲାର ତ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି ତେବେ ରାଜ୍ୟର ଦାୟିତ୍ୱ କେମିତି ସମ୍ଭାଳିବେ ନା ଖାଲି ନିଜ ସୁଉଖିନକୁ ପୂରା କରିବା ପାଇଁ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ?  

ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ବ୍ୟବସ୍ଥା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଆହ୍ୱାନକୁ ମନ୍ତ୍ରୀ ନବ ଦାସ ପ୍ରଧାନ୍ୟ ଦିଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବୀ  କରିଛନ୍ତି ।

 

 

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

 

0
0
0
s2sdefault