ହେଡଲାଇନସ୍:

ନଳକୂଅ ଚୋରି...: ମୁଖ୍ୟମନ୍ତ୍ରୀ ମହୋଦୟ ଏମାନେ କଣ ଆପଣଙ୍କ ରାଜ୍ୟର ପ୍ରଜା ନୁହନ୍ତି ??

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଳକୂଅ ଚୋରି...: ମୁଖ୍ୟମନ୍ତ୍ରୀ ମହୋଦୟ ଏମାନେ କଣ ଆପଣଙ୍କ ରାଜ୍ୟର ପ୍ରଜା ନୁହନ୍ତି ?? 

 

ମହଙ୍ଗା ପଡିଲା ଭୋଟ ରାଜନୀତି : ଖୋଳା ଯାଇଥିବା ନଳକୁପ ରାତିଅଧିଆ ହେଲା ଗାଏବ

ବୌଦ୍ଧ(ସିମୁନ୍ ନାଏକ) : ଆମେ ପାଠ ପଢିଲା ବେଳେ ଗୋଟାଏ ଗପ ପଢ଼ୁଥିଲୁ "କୂଅ ଚୋରି" `| ଏବେ କିନ୍ତୁ ଟିକେ ଗର୍ହିତ ଚୋରି ହୋଇଛି | ସେଇଟା ହେଲା "ନଳକୂଅ ଚୋରି" `| କୂଅ ଚୋରି କାଳ୍ପନିକ ଥିଲା, ହେଲେ ଆମେ ଯେଉଁ ନଳକୂଅ ଚୋରି କଥା କହୁଛୁ ତାହା "ଚିଟି ସତ ସତ"  | ପଞ୍ଚାୟତସ୍ତରରେ ନିର୍ବାଚିତ ଜଣେ ଜନପ୍ରତିନିଧି ତାଙ୍କୁ ଭୋଟ ଦେଇନଥିବା ସନ୍ଦେହରେ ସଂକିର୍ଣ୍ଣ ଭୋଟ ରାଜନୀତିର ବଶବର୍ତ୍ତୀ ହୋଇ  ହୋଇ ନିର୍ଦ୍ଧିଷ୍ଟ କେତୋଟି ପରିବାର ସଦସ୍ୟଙ୍କୁ ପାନୀୟଜଳ ଭଳି ସର୍ବନିମ୍ନ ମୌଳିକ ଅଧିକାର ପାଇବାରୁ ବଞ୍ଚôତ କରିବା ଭଳି ଏକ ଅଭାବନୀୟ କରୁଣଚିତ୍ର ପଦାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତରେ । ଦୀର୍ଘ ବର୍ଷ ବର୍ଷ ଧରି ପାନୀୟଜଳ ର ସମସ୍ୟା ଦେଇ ଜୀବନ ଅତିବାହିତ କରି ଆସୁଥିବା ପଞ୍ଚାୟତ ର ବିଞ୍ଜିଗଡ ଗ୍ରାମର ଆରଡି ରାସ୍ତାକଡରେ ରହୁଥିବା ୫ ଟି ପରିବାର ଙ୍କ ସକାଶେ ଗତ ମେମାସରେ ପ୍ରଶାସନ ପକ୍ଷରୁ ଗୋଟିଏ ନଳକୁପ ଖନନ କରାଯିବା ପରେ ତାକୁ ରାତିଆଧିଆ ଉଠାଇ ନେଇ ସେହି ଗ୍ରାମର ଅନ୍ୟ ଏକ ସ୍ଥାନରେ ଖୋଳା ଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଳମ୍ବିତ ରାତିରେ କେଶିଙ୍ଗ ପାଇପ କାଢି ନିଆଯିବା ଫଳରେ ସେଠାରେ ବିରାଟ ଗର୍ତ ସୃଷ୍ଟିହୋଇ ଏକ ପ୍ରକାର ମରଣଯନ୍ତ୍ରା ହୋଇ ପଡିରହିଛି ଏଭଳି ଏକ ଅଭାବନୀୟ ସ୍ପର୍ଶକାତର ଘଟଣା ଧିରେ ଧିରେ ଲୋକ ଲୋଚନ କୁ ଆସିବା ପରେ ବୁଦ୍ଧିଜୀବି ଓ ଜଣାଶୁଣା ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାମତେ ହରଭଙ୍ଗ । ପଞ୍ଚାୟତ ଅନ୍ତର୍ଗତ ବିଞ୍ଜିଗଡ ଗ୍ରାମର ଆରଡି ରାସ୍ତାକଡକୁ ଲାଗି ଦିର୍ଘ ଦିନ ହେଲା ନିଜ ଭିଟାମାଟିରେ ରହି ଆସୁଛନ୍ତି ଉପେନ୍ଦ୍ର ଅମାତ , କୁନି ଦେହୁରି , ପ୍ରକାଶ ଦେହୁରି ଆଦି ୫ ଟି ପରିବାର ର ୧୫ ରୁଉର୍ଦ୍ଧ ସଦସ୍ୟ । ପାନୀୟଜଳ ର କୌଣସି ସୁବିଧା ନଥିବା ହେତୁ ସେମାନେ ଘର ଠାରୁ ପ୍ରାୟ ୨ ଶହ ମିଟର ଦୁରରେ ଥିବା ଏକ ନାଳିଜମିରେ ଛୋଟକୁଅ ଖୋଳି ସେଥିରୁ ଦୁଷିତ ପାଣି ବ୍ୟବହାର କରି ଆସୁଥିଲେ । ନଳକୁପ ଖୋଳିବାକୁ ଆସିଥିବା କର୍ମଚାରୀ ମାନେ ସେଠାରେ ନଳକୁପ ଖୋଳାଯିବ ବୋଲି କହିବା ପରେ ସେମାନଙ୍କ ଭିତରେ ଖୁସିର ଲହରି ଖେଳାଇ ଯାଇଥିଲା । ସଙ୍ଗେ ସଙ୍ଗେ ସେମାନେ ଗଛ ବୁଦା ଅଳିଆ ଅବର୍ଜନା ସଫାକରି ସହଯୋଗରେ ଲାଗିପଡିଲେ । ସେଠାରେ ରହୁଥିବା ୬୫ ବର୍ଷାୟ ବୃଦ୍ଧ ଉପେନ୍ଦ୍ର ଅମାତ ଙ୍କ କହିବା ଅନୁଯାଇ ରାତି ପ୍ରାୟ ୮ ଟା ବେଳକୁ ନଳକୁପ ଳୋଖା ସ୍ଥାନରେ ପ୍ରଚୁର ମାତ୍ରାରେ ପାଣି ବାହାରିବା ଦେଖି ସେମାନେ ଖୁସିରେ ଆତ୍ମହରା ହୋଇ ପଡିଥିଲେ । ରାତି ପ୍ରାୟ ୧୨ ଟାବେଳକୁ ଖୋଳାକାମ ବନ୍ଦ ହେବା ପରେ ଖୋଳା ସରିଲା କି ବୋଲି ପଚାରିବାରୁ ତୁମେ ମାନେ ସବୁ ଶୋଇପଡ ସାରଞ୍ଚ କହିଛନ୍ତି କାଲି ସକାଳୁ ପୁଣି ଖୋଳାଯିବ ବୋଲି ଆସିଥିବା କର୍ମଚାରି ମାନେ କହିଥିଲେ । ସେମାନେ ତାଙ୍କ କଥା କୁ ବିସ୍ୱାସକରି ଶୋଇ ପଡିଥିଲେ । ମାତ୍ର ସକାଳୁ ଉଠି ଦେଖିବା ବେଳକୁ ଗାଡି ସେଠାରେ ନଥିବା ସହିତ ନଳକୁଅ ଖୋଳିବା ସମୟରେ ସେଠାରେ ଦିଆଯାଇଥିବା ପାଇପ ମଧ୍ୟ କାଢି ନେଇଥିଲେ । ଏ ନେଇ ସରପଞ୍ଚ ଙ୍କ ଅଭିଯୋଗ କରିବାରୁ ତମର ସେଠାରୁ ରିଜେକ୍ଟ ହେବାରୁ ଅନ୍ୟଠି ଖୋଳାଗଲା ବୋଲି କହିଥିଲେ । ରାଜ୍ୟ ସରକାର ପାନୀୟଜଳ ର ଅଭାବ ଥିବାସ୍ଥାନ ଗୁଡିକରେ ରହୁଥିବା ଲୋକଙ୍କ ନିକଟରେ ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବାକୁ ଅଗ୍ରଧିକାର ଦେଇ ସେସବୁ ସ୍ଥାନରେ ନଳକୁଅ ଖୋଳିବା ପାଇଁ ଆବଶ୍ୟକ ଆର୍ଥିକ ଆନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର ଏଠାକାର ଲୋକେ ନିରକ୍ଷର ଗରିବ ହୋଇଥିବାରୁ ଉଦେଶ୍ୟ ମୁଳକ ଭାବେ ସେମାନଙ୍କ ପାଇଁ ଖୋଳା ଯାଇଥିବା ନଳକୁଅ ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଖରାଦିନେ ସେହିବାଟ ଦେଇ ଯିବା ଆସିବା କରୁଥିବା ହାଇସ୍କୁଲ ଓ କଲେଜଛାତ୍ରଛାତ୍ରୀ ଙ୍କ ସମେତ ବାଟୋଇ ମାନେ ଉକ୍ତକୁଅରୁ ପାଣି ଶୋଷମେଣ୍ଟାଇ ଥାନ୍ତି । ସେଠାରେ ଏକ ନଳକୁଅ କରିବା ପାଇଁ ବିଭିନ୍ନ ସମୟରେ ଦାବୀକରି ଆସୁଥିଲେ । ଏ ସଂର୍ମ୍ପକରେ ହରଭଙ୍ଗା ସରପଞ୍ଚ ସୁମଜିଂଲାଲଙ୍କୁ ପଚରାଯିବାରୁ ନଳକୁଅ ସେଠାରେ ଖୋଳିବା ପାଇଁ ଆପ୍ରୁଭାଲ ନଥିଲା । ତେଣୁ ଅନ୍ୟ ଠାରେ ଖୋଳାଗଲା ବୋଲି କହିଥିଲେ । ଏ ନେଇ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ  ଏସ. ପରିଡାଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କନିଷ୍ଠ  ଯନ୍ତ୍ରୀ ଙ୍କ ପଚାରିଥିଲି । ସେ ବିଞ୍ଜିଗଡ ଗ୍ରାମରେ କୌଣସି ନଳକୁଅ ଖୋଳାଇବାର ପ୍ରପୋଜାଲ ନଥିଲା ବୋଲି ସେ କହିଥିଲେ । ତେବେ ସେଠାରେ ଯଦି ପ୍ରପୋଜାଲ ନଥିଲା ତାହେଲେ ସେଠାରେ କିପରି ନଳକୁଅ ଖୋଳା ଯାଉଥିଲା । ତାକୁ ପୁଣି ସେହି ଗ୍ରାମର ଶଗଡିଆ ନାଳକୁଳରେ ରହୁଥିବା ନିର୍ଦ୍ଧିଷ୍ଟ ଗୋଟିଏ ପରିବାର ଙ୍କ ଜାଗାରେ କିପରି ଖୋଳାଗଲା ବୋଲି ପ୍ରଶ୍ନ କରିବାରୁ ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ପ୍ରତିଶୃତି ଦେଇଥିଲେ । 

 

 

0
0
0
s2sdefault