ହେଡଲାଇନସ୍:

ବଜ୍ରପାତରେ ୨ ଯୁବକ ଆହତ, ୪ ଛେଳି ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଜ୍ରପାତରେ à­¨ ଯୁବକ ଆହତ, à­ª ଛେଳି ମୃତ 

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମଲିକପଡା ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୪ ଟା ବେଳେ ବଜ୍ରପାତ ଘଟି ୪ ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଅନ୍ୟପଟେ ଛେଳି ଚରାଇବାକୁ ଯାଇଥିବା ଜଳିଆ ଦେହୁରୀ (୨୬) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତସୂଚନା ମତେ ମଲିକପଡା ଗ୍ରାମର ଜଳିଆ ଦେହୁରୀ ଛେଳି ଚରାଇବାକୁ ଯାଇ ଘରକୁ ଫେରୁଥିବା ବେଳେ ଘର ଠାରୁ କିଛି ଦୂରରେ ଥିବା ଏକ ମହୁଲ ଗଛ ନିକଟରେ ହଠାତ୍ ବଜ୍ରପାତ ଘଟିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୪ ଟି ଛେଳିଙ୍କର ମୃତ୍ୟୁ  ଘଟିଥିବା ବେଳେ ଆଇ ଦୁଇଟି ଛେଳି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେହିପରି ବଜ୍ରଘାତ ପ୍ରଭାବରେ ଛେଳି ଚରାଳି ଜଳିଆ ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ଉକ୍ତ ଆମ୍ବୁଲାନ୍ସଟି ଦୀର୍ଘ ସମୟ ଧରି ନଆସିବାରୁ ବାଧ୍ୟ ହୋଇ ସେମାନେ ଓଟୋ ଯୋଗେ ନିକଟସ୍ଥ ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।  ମାତ୍ର ସେଠାରେ ଦାୟତ୍ୱରେ ଥିବା ଡାକ୍ତର ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ଅନ୍ୟପଟେ ସେମାନଙ୍କ ଅନ୍ୟତ୍ର ନେଇ ଚିକିତ୍ସା କରିବା ପାଇଁ ଅର୍ଥିକ ସମ୍ବଳ ନଥିବାରୁ ବାଧ୍ୟହୋଇ ସେମାନେ ଘରକୁ ଫେରାଇ ଆଣିଥିବା ଜଣାଯାଇଛି । ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ଛେଳି ପାଇଁ ଆର୍ଥିକ କ୍ଷତିପୂରଣ ଯୋଗାଇ ଦେବା ସହିତ  ଆହତ ଜଲିଆଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସେହିପରି ପିତାମ୍ବରପୁର ଗ୍ରାମରେ ରବିବାର ସନ୍ଧ୍ୟା ସମୟରେ ବଜ୍ରପାତ ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାପ୍ତସୂଚନା ମତେ ପିତାମ୍ବରପୁର ଗ୍ରାମର  ବିଶ୍ୱନାଥ ଜେନା ଓ ତାଙ୍କ ଭାଇ ବିବେକାନନ୍ଦ ଜେନା ନିଜ ବଗିଚାରେ ପାଣି ଦେଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା  । ଏଥିରେ ବିଶ୍ୱନାଥ ଜେନା ବଜ୍ରପାତର ଶିକାର ହୋଇଥିଲେ । ପାଖରେ ଥିବା ବିବେକାନନ୍ଦ ଏହା ଦେଖି  ଆଶ୍ଚର୍ଯ୍ୟ ହୋଇ ପାଟି କରି ଡାକରା ପକାଇବାରୁ ଆଖପାଖର ଲୋକେ ଆସି ତାଙ୍କୁ ଉଦ୍ଧଅର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ  । ପରେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବୌଦ୍ଧ ସ୍ଥଅନାନ୍ତରଣ କରାଯାଇଥିଲା  । ମାତ୍ର୧୦୮ କୁ ଫୋନ କରିବାରି ସେ ୨ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ  ।

 

 

0
0
0
s2sdefault