ହେଡଲାଇନସ୍:

ପାରାଦୀପ ରିଫାଇନରୀ ଠାରେ ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-06-18-4th-International-.jpg - 62.28 kB

ପାରାଦୀପ/Upendra Guru : ପାରାଦୀପ ରିଫାଇନରୀ ଠାରେ ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଅଛି । ଏହି ଅନ୍ତଃରାଷ୍ଟ୍ରୀୟ  ଯୋଗ ଦିବସ ଉତ୍ସାହ ଏବଂ ଆନ୍ତରିକତା ପୂର୍ବକ ପାରାଦିପ ରିଫାଇନରୀ ଟାଉନସିପ୍ ର କମ୍ୟୁନିଟ୍ ସେଣ୍ଟର ଠାରେ ସମସ୍ତ କର୍ମଚାରୀ ଓ କର୍ମଚାରୀ ପରିବାର ତଥା ଡିପିଏସର ଛାତ୍ରଛାତ୍ରୀ  ଏବଂ ଶିକ୍ଷକ ଭାଗ ନେଇଥିଲେ ।

 ଜି ଏସ୍ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ, ପ୍ରଭାରୀ ତଥା ଶ୍ରୀ ଟି ଡି ଭି ଏସ ଗୋପାଳକ୍ରିଷ୍ଣା, କାର୍ଯ୍ୟକାରୀ ନିର୍ଦ୍ଦେଶକ (ଟେକ୍ନନିକ୍), ସମସ୍ତ ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦିପ ପ୍ରଜ୍ୱଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । 

ଆର୍ଟ ଅଫ୍ ଲିଭିଙ୍ଗ୍ ର ଯୋଗ ପ୍ରଶିକ୍ଷକ  ତାପସ ରଞ୍ଜନ ପତି ଯୋଗାସନ ଓ ପ୍ରାଣାୟମ ଶିଖାଇ ଥିଲେ ଏବଂ ଏହାର ଉପଯୋଗିତା ବିଷୟରେ ଅବଗତ କରାଇ ଥିଲେ । ଯୋଗ ଦ୍ୱାରା ଶରୀର ର ନମନୀୟତା ବୃଦ୍ଧି ହୁଏ, ରୋଗ ପ୍ରତିରୋଧ ର କ୍ଷମତା ବୃଦ୍ଧି ହୁଏ, ମାନସିକ ଚାପ ହ୍ରାସ ହୁଏ ଏବଂ ମାନସିକ ଶାନ୍ତି କୁ ବଢାଏ ।

 

0
0
0
s2sdefault