ହେଡଲାଇନସ୍:

ସ୍ବେଛାସେବୀ  ସଫା କଲେ ହରିଶଙ୍କର ମନ୍ଦିରଭିତର ଆବର୍ଜ୍ଜନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ଉଇ କେନ’ ତରଫରୁ  ସ୍ୱଚ୍ଛ ହରିଶଙ୍କର କାର୍ଯ୍ୟକ୍ରମ

 à¬¸à­à¬¬à­‡à¬›à¬¾à¬¸à­‡à¬¬à­€Â  ସଫା କଲେ ହରିଶଙ୍କର ମନ୍ଦିରଭିତର ଆବର୍ଜ୍ଜନା 

ବଲାଙ୍ଗିର(ନିରୋଜ ମିଶ୍ର)- ସ୍ୱେଚ୍ଛାସେବୀ ସଙ୍ଗଠନ ‘ଉଇ କେନ’ ତରଫରୁ ହରିଶଙ୍କର ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସମସ୍ତ ସଭ୍ୟ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । ସହକାରୀ ଜିଲ୍ଲାପାଳ ସରୋଜ ରଥ ଓ ଯୁଗଳ ବିଶ୍ୱାଳ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । କରାଟେ କୋଚ ହୃଦୟ ଶବର ଓ ତାଙ୍କ ଛାତ୍ର ଛାତ୍ରୀ ଓ ପ୍ରକୃତି ପ୍ରେମୀ ଗୋପାଳ ହୋତା ‘ଉଇ କେନ’ ଅନୁଷ୍ଠାନ ର ସମସ୍ତ ସଭ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବାଇକ୍ ଯୋଗେ ସମସ୍ତ ସଭ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ହରିଶଙ୍କର କୁ ବାଇକ ଦ୍ୱାରା ଯାତ୍ରା କରିଥିଲେ ।  ଯିବା ବାଟରେ ପାଟଣାଗଡ ରେଞ୍ଜ ଅଫିସ ଠାରେ ପାଟଣାଗଡ ରେଞ୍ଜର ବାସୁଦେବ ନାଥ  ଓ ହରିଶଙ୍କର ଠାରେ  ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ ବେହେରା ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।  ହରିଶଙ୍କର ଜଳଧାରା, ମନ୍ଦିର ପରିସର, ଶୌଚାଳୟ, ଜଳକୁଣ୍ଡ, ଫାଣ୍ଡି ପରିସର ଆଦି ସମସ୍ତ ଅଞ୍ଚଳରେ ଜମା ହୋଇଥିବା ଅଳିଆ ଆବର୍ଜନା, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସଫା କରିଥିଲେ । ଏହା ମାଧ୍ୟମରେ ଲୋକ ମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବାପାଇଁ ପ୍ରୟାସ କରାଯାଇଥିଲା । ଶେଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଅବସରପ୍ରାପ୍ତ ଫରେଷ୍ଟ ଅଫିସର ବିରଂଚି ମିଶ୍ର, ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ରାମ ନାରାୟଣ ଦାଶ, ଗୋପେଶ ପଣ୍ଡା, ରଞ୍ଜିତ ମିଶ୍ର, ଅଶ୍ୱିନୀ ଷଡଙ୍ଗୀ,ଭକ୍ତ ଚରଣ ନାଏକ, ଅନିଲ ନନ୍ଦ, ଦ୍ୱିତୀ ରଂଜନ ମହାଲିଙ୍ଗ, କୁଳମଣୀ ଯୋଶୀ, ମିଲନ ବାରିକ, ହୀରାଲାଲ ପସାୟତ, ଯୁଗେନ୍ଦ୍ର ପସାୟତ, ଗୌର ତାଣ୍ଡି, ଆଇ.ପି. ଜ୍ୟୋତି ପ୍ରସାଦ ପରିଡା, ଜିଲ୍ଲା ଅର୍ଗାନାଇଜିଙ୍ଗ କମିଶନର ସ୍କାଉଟ ନିଳାଞ୍ଚଳ ଚିରଗୁନ୍, ଖପ୍ରାଖୋଲ ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର,  ବସନ୍ତ ମେହେର, ଦେବାନନ୍ଦ ଦାଶ, ରଞ୍ଜନ ନାଏକ, ମନରଞ୍ଜନ ହୋତା,  ହେମନ୍ତ ପଧାନ, ସୁବାସ ଚନ୍ଦ୍ର ସାହୁ, ଦେବାଶିଷ ମେହେର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । 

0
0
0
s2sdefault