ଦୀନବନ୍ଧୁଙ୍କ ଆତ୍ମହତ୍ୟା ପଛରେ ଥିବା ଖଳନାୟକ ମାନଙ୍କ ପର୍ଦ୍ଦାଫାସ ହେଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ :  ସମ୍ବଲପୁର ବିଶ୍ୱବିଦ୍ୟାଳୟ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାରେ ସହର ସ୍ତବ୍ଧ | ଦୀନବନ୍ଧୁଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ବିଶ୍ବବିଦ୍ୟାଳୟ ସିଣ୍ଡିକେଟର ସୁପାରିଶ ଥିଲେ ମଧ୍ଯ ଦୀନବନ୍ଧୁଙ୍କ ଚାକିରିକୁ ସ୍ଥାୟୀ କରାଯାଇ ନଥିଲା କାହିଁକି, ଏବେ ଏଥିପାଇଁ ଉତ୍ତରଦାୟି କିଏ ହେବ? ଦୀନବନ୍ଧୁଙ୍କ ଆତ୍ମହତ୍ୟା ପଛର ଖଲ ନାୟକ କିଏ? ପ୍ରଶାସନିକ ତୃଟିପୂର୍ଣ୍ଣ ସିଷ୍ଟମ ଓ ଦୀନବନ୍ଧୁଙ୍କ ଚାକିରି କାଳଭିତରେ ଥିବା ଭିସି ମାନଙ୍କର ଦୂରଦୃଷ୍ଟିର ଅଭାବ ଦୀନବନ୍ଧୁଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ  କରି ନାହିଁ ତ?

ଏପରି ଅନେକ ପ୍ରଶ୍ନ ଉଙ୍କିମାରୁଥିବେଳେ ନିଜର ମୌଳିକ ଅଧିକାରକୁ ମାଗି ମାଗି ନ୍ଯାୟ ନପାରିବାରୁ ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇ ମଙ୍ଗଳବାର ବୁର୍ଲା ବିଶ୍ବବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ସମୟରେ ବୋଧହୁଏ ଶେଷ ଥର ପାଇଁ ନ୍ୟାୟ  ମାଗିବାକୁ ଯାଇ ନ୍ୟାୟ  ନପାଇବାରୁ ନିରାଶ ହୋଇ ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଭିମସାର ଡାକ୍ତରଖାନା ଓ ପରେ ଉଚ୍ଚତର ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ଜର ପଡା ନିକଟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ଦୀନବନ୍ଧୁ ମିଶ୍ର  ଏବଂ ଛାଡି ଯାଇଛନ୍ତି ବିଧବା ପତ୍ନୀ ଏବଂ ଏକ ମାତ୍ର ପୁଅ ଅଙ୍କିତକୁ। ଏହା ସହ ପଶ୍ଚିମ ଓଡିଶା କାହିଁକି ସାରା ଓଡିଶା ହରାଇଛି ଏକ ସାରସ୍ବତ ସାଧକ ତଥା ଉଜ୍ଜ୍ବଳ ନକ୍ଷତ୍ରକୁ।

ଦୀନବନ୍ଧୁ କମ୍ପୁଟର ବିଜ୍ଞାନରେ ଉଚ୍ଚତର ପାଠ ପଢି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜିକୁ ପାୟ ୩୦ ବର୍ଷ ପୂର୍ବରୁ କମ୍ପୁଟର ଆସିଷ୍ଟାଣ୍ଟ ଭାବରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ  ଆରମ୍ଭ କରିଥିଲେ । ଏହି ୩୦ ବର୍ଷ ଭିତରେ ତାଙ୍କର ଚାକିରିକୁ ସ୍ଥାୟୀକରି ଉପଯୁକ୍ତ ପାରିଶ୍ରମିକ ପାଇବା ପାଇଁ ନିଜର ଲଢ଼େଇକୁ ଜାରି ରଖି ଏହା ଆଗରୁ ଅନେକ ଥର ଆମରଣ ଅନଶନରେ ବସିଛନ୍ତି  ଏବଂ ପାଇଥିଲେ କେବଳ ପ୍ରତିଶ୍ରୁତି।  ପ୍ରତିଶ୍ରୁତିର ପାହାଡ ଭିତରେ ରହି ଦୀନବନ୍ଧୁ  ବିଜ୍ଞାନ, ସମାଜ ଓ ମନୋବିଜ୍ଞାନକୁ ଖୋଜି ଖୋଜି ନିଜର ଲେଖନୀକୁ ସାଣିତ କରି ହୋଇଯାଇଥିଲେ ଜଣେ ସାରସ୍ବତ ସାଧକ। ନିଜର ସାଣିତ ଲେଖା ଓ ହୃଦୟ ସ୍ପର୍ଶୀ କବିତା ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ସମ୍ବଦ୍ଧିର୍ତ ହୋଇଛନ୍ତି |ନିକଟରେ ଶେଷ ଥର ପାଇଁ ମହାବିଷୁବ ସଂକ୍ରାନ୍ତି ଅବସରରେ ବୁର୍ଲା ଲାୟନ କ୍ଲବ (ପ୍ରଗତି) ପକ୍ଷରୁ ସେ ସମ୍ବଦ୍ଧିର୍ତ ହୋଇଥିଲେ।

 

ହିନ୍ଦୀ,ଓଡିଆ, ସଂସ୍କୃତ ଓ ସମ୍ବଲପୁରପୁରୀ ଭାଷାରେ ପ୍ରଗାଢ଼ ଜ୍ଞାନ ଥିବା ଦୀନବନ୍ଧୁ ଅନ ଲାଇନ୍ସ ସାହିତ୍ୟି ସଙ୍କଳନରେ ତାଙ୍କର ସୃଷ୍ଟି ପ୍ରେମ ଅଢେଇ ଅକ୍ଷର,ଟୋପାଏ ସିନ୍ଦୁର,ସ୍ବର୍ଗଦ୍ବାର, ସ୍ବପ୍ନ ମୃତ୍ୟୁ  ଓ ଆନନ୍ଦ, ତନ୍ତ୍ର ଓ ମୁଦ୍ରା ପ୍ରବନ୍ଧ ପାଇଁ ଏବଂ ସମ୍ବଲପୁରୀ ଭାଷାରେ ଚାଣକ୍ୟ  ନୀତି ଲେଖା ପାଇଁ ଶ୍ରେଷ୍ଠ ପ୍ରାବନ୍ଧିକ ଭାବରେ ପୁରସ୍କୃତ ହୋଇଥିଲେ। ତାଙ୍କ କଲମରୁ ସୃଷ୍ଟି ହୋଇଥିବା ହଜାର ହଜାର କବିତା ପାଠକଙ୍କ ମନରେ ସବୁ ଦିନ ପାଇଁ ତାଙ୍କୁ ଜୀବିତ କରି ରଖିବ।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault