ଦଶମ ପରୀକ୍ଷା ବାତିଲ ହେଲା, ମଦ୍ରାସା ପରୀକ୍ଷା ବି 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ଥଗିତ ଥିବା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାତିଲ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ | ସେହିପରି ଚଳିତ ବର୍ଷର  ମଦ୍ରାସା ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଏଥିନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |  

ନିଆ ଯାଇଥିବା  ଅନୁଯାୟୀ, ମାଧ୍ୟମିକ ଶିକ୍ଷା ବୋର୍ଡର ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ପରୀକ୍ଷା ଫଳ ଘୋଷଣା କରାଯିବ  । ଏଥିରେ ମିଳିଥିବା ମାର୍କ ଏବଂ ଗ୍ରେଡ୍ ରେ ଯଦି କୌଣସି  ଛାତ୍ରଛାତ୍ରୀ ଅସହମତି ପ୍ରକାଶ କରନ୍ତି ତେବେ କରନା ସ୍ଥିତି ସ୍ୱାଭାବିକ ହେବ ପରେ  ସେମାନଙ୍କ ପାଇଁ  ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବ ।

ସୂଚନାଯୋଗ୍ୟ ଯେ ପର୍ଯ୍ୟାୟକ୍ରମେ  ଇତିମଧ୍ୟରେ ସିବିଏସଇ ଏବଂ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ କରିସାରିଛନ୍ତି | ତେଣୁ  ମାଧ୍ୟମିକ ଶିକ୍ଷା ବୋର୍ଡ ଅଧୀନରେ ପଢ଼ୁଥିବା ଦଶମ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅନୁରୂପ ଦାବି ହୋଇଥିଲା |  ଗତକାଲି ଭୁବନେଶ୍ୱର କିଛି ସ୍କୁଲର ମାଟ୍ରିକ୍ ଛାତ୍ରଛାତ୍ରୀମାନେ ନବୀନ ନିବାସ ଓ  ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିବା ସହ ମାଟ୍ରିକ୍ ପରୀକ୍ଷା ବାତିଲ୍ ପାଇଁ ଦାବି କରିଥିଲେ |

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

0
0
0
s2sdefault