ହେଡଲାଇନସ୍:

 ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଞ୍ଚଳ କାର୍ଯ୍ୟନିର୍ବାହୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡରୁ ସରୋଜ କୁମାର ସାହୁ :  ସ୍ଥାନୀୟ ବାଲୁଙ୍କେଶ୍ୱର ମଣ୍ଡପ ଠାରେ ଆଞ୍ଚଳିକ ସମ୍ପାଦକ ଅଶୋକ ପଟନାୟକଙ୍କ ଡ଼ାକରାରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଅଞ୍ଚଳ କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦକ୍ଷିଣାଅଞ୍ଚଳ ଉପ ସଭାପତି ହରିହର ଶତପଥିଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଙ୍ଘର ମୂଖ୍ୟ ପୃଷ୍ଠପୋଷକ ଦୁଃଖୀଶ୍ୟାମ ପଣ୍ଡା, ସଭାପତି ବସନ୍ତ ମହାନ୍ତି, ସଧାରଣ ସମ୍ପାଦକ ମନୋଜ ଦାଶ, କୋଷାଧ୍ୟକ୍ଷ ଜଗବନ୍ଧୁ ଜେନା, ବରିଷ୍ଠ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ଏନ. କ୍ରିଷ୍ଣା ରାଓ, ଯୋଗାଯୋଗ ସମ୍ପାଦକ ହେମନ୍ତ ପ୍ରଧାନ ଓ ପୂର୍ବତନ ଆଞ୍ଚଳିକ ସମ୍ପାଦକ ରମେଶ ଦାଶ ଯୋଗ ଦେଇଥିଲେ। ଏହି ବୈଠକରେ ଦକ୍ଷିଣାଅଞ୍ଚଳ ଜୋନ ଅନ୍ତର୍ଗତ ୧୦ ଗୋଟି ଜିଲ୍ଲା ଯଥା, ଗଞ୍ଜାମ, ଗଜପତି, ରାୟଗଡ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ମାନଙ୍କରୁ ଜିଲ୍ଲାସ୍ଥରିୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକର ଆୟୋଜକ ତଥା ରାୟଗଡ ଜିଲ୍ଲା ସମ୍ପାଦକ ଅରୁଣ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଓ ରାଜ୍ୟ କର୍ମକର୍ତ୍ତା ମାନେ ନିଜ ନିଜ ଭାଷଣରେ ହେଉଥିବା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ସଙ୍ଘର ୭ ଦଫା ଦାବି ଗୁଡ଼ିକ ଯଥା, ସରକାରୀ ରାଜସ୍ୱ ନିରୀକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା +୩ ଓ ଦରମା ବୃଦ୍ଧି, ରାଜସ୍ୱ କ୍ଷେତ୍ର ଅଧିକାରୀ ମାନଙ୍କୁ (ଆର.ଏ.ସି. ପି.) ପ୍ରଦାନ କରିବା, ରାଜସ୍ୱ ପରିଦର୍ଶକ ମାନଙ୍କ ପଦୋନ୍ନତି, ଅନ୍ୟାନ୍ୟ ବିଭାଗ ଭଳି ରାଜସ୍ୱ ବିଭାଗରେ ମଧ୍ୟ ଠିକା ନିଯୁକ୍ତି ଆଇନ ଉଚ୍ଛେଦ, କେବଳ କ୍ଷେତ୍ର ଅଧିକାରୀ ମାନଙ୍କୁ (ଓ.ଆର.ଏସ୍.) କୁ ପ୍ରୋମୋଶନ କରିବା ଇତ୍ୟାଦି ଗୁଡିକୁ ରାଜ୍ୟ ସରକାର ତା. ୩୦/୦୬/୨୦୧୮ ରିଖ ଭିତରେ ଆଲୋଚନା ମାଧ୍ୟମରେ ଦାବୀ ଗୁଡ଼ିକର ସମାଧାନ ନ କରନ୍ତି ତାହେଲେ ଆସନ୍ତା ତା. ୦୧/୦୭/୨୦୧୮ ରିଖ ଠାରୁ ସମୂହ ଧର୍ମଘଟ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଗଲା। ରାୟଗଡ ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ପଣ୍ଡା ଜିଲ୍ଲାର ବିଭିନ୍ନ ଦାବୀ ଓ ଜିଲ୍ଲାରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀଙ୍କ ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସଂଘକୁ ଅବଗତ କରାଇଥିଲେ।

 

0
0
0
s2sdefault