ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ମାନସିକ ଚାପ ପ୍ରତିବାଦରେ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ-ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ  ଘଟିଛି ଅଘଟଣ।  ବିଶ୍ୱବିଦ୍ୟାଳୟର ଜଣେ ଚୁକ୍ତିଭିତିକ କର୍ମଚାରୀ ବରିଷ୍ଠ  ଅଧିକାରୀଙ୍କ ଚାପ ସହି ନପାରି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଲି ଆତ୍ମହତ୍ୟା ଉଦ୍ୟମ ପରେ ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ  ରେ ଅସ୍ଥାୟୀ  କର୍ମଚାରୀ ଙ୍କ ସ୍ଥାୟୀତ୍ୱ ପାଇଁ ବିଶ୍ୱବିଦ୍ୟାଳୟ ର ଅବହେଳାକୁ ନେଇ ଉଠିଛି ପ୍ରଶ୍ନ ।

ଯେତେ କହିଲେବି ଶୁଣିଲେନି  ଫିଜିକାଲି, ମେଂଟାଲୀ, ଫାଇନାଆଁସିଆଲୀ ଟରଚର କଲେ । କୋର୍ଟ ଆଦେଶ ବି ମାନିଲେ ନାହିଁ ।  ଦୀର୍ଘ ଦିନ କେହି ଗୁହାରି ନଶୁଣିବାରୁ ମାନସିକ ଭାରସାମ୍ୟ ହରାଇ ବସିଲେ ଆଉ ଶେଷରେ ସେଲ୍ପ ଡିମୋଲିସନ ପନ୍ଥା ଅବଲମ୍ବନ କଲେ । ଆଜି ସକାଳୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଅସ୍ଥାୟୀ କର୍ମଚାରୀ ଦିନବନ୍ଧୁ ମିଶ୍ର  ହଠାତ ନିଜ ଦେହରେ ପେଟ୍ରଲ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାୟୀ କରିବା, ଦରମା ବଢ଼ାଇବା ସହ କାମ ର ଚାପ କମାଇବା ପାଇଁ ଦୀନବନ୍ଧୁ ଆଗରୁ କୁଳପତି ଙ୍କୁ  ଅନେକ ଥର ଗୁହାରି କରିଥିଲେ । ଦାବି  ପ୍ରତି କେହି କର୍ଣ୍ଣପାତ ନକରିବାରୁ ଆଜି ଏକାଡେମୀକ କାଉନସିଲ ବୈଠକ  ଚାଲୁଥିବା ସମୟରେ ଦୀନବନ୍ଧୁ ଏଭଳି କାଣ୍ଡ ଘଟାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ରେ ଭର୍ତି କରାଯାଇଛି  ଦୀନବନ୍ଧୁ ଙ୍କ ଶରୀରର 90 ଭାଗ ପୋଡିଯାଇଥିବା ଜଣାପଡ଼ିଛି  । 

ତେବେ ଘରେ, ବାହାରେ ସବୁବେଳେ ଅନ୍ୟମନସ୍କ ରହୁଥିଲେ, ଦିନବନ୍ଧୁ  ତାଙ୍କର ଏଭଳି ଅବସ୍ଥା ପାଇଁ କେବଳ ବିଶ୍ୱବିଦ୍ୟାଳୟ ବରିଷ୍ଠ ଅଧିକାରୀ ଦାୟୀ ବୋଲି ଦୀନବନ୍ଧୁ ଙ୍କ ପୁଅ ଅଭିଷେକ କହିଛନ୍ତି । କୋର୍ଟ ଦିନବନ୍ଧୁ ଙ୍କ ଚାକିରୀ ସ୍ଥାୟୀ  ସପକ୍ଷରେ ରାୟ ଦେଇଥିବା ବେଳେ ତାକୁ ବି ଖାତିର କଲେ ନାହିଁ ବିଶ୍ୱବିଦ୍ୟାଳୟ ର ବରିଷ୍ଠ ଅଧିକାରୀ ମାନେ ତେଣୁ ତାଙ୍କ ପିତା ଦିନବନ୍ଧୁ ଏପରି ଚରମ ପଦକ୍ଷେପ ନେଇଥିବା  କହିଛନ୍ତି ଦିନବନ୍ଧୁ ଙ୍କ ପୁଅ ।

ଜଣେ ତଳିଆ କର୍ମଚାରୀ ଙ୍କ କଥା କୁ ଗୁରୁତର ଭାବେ ନନେବାରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା ବୋଲି ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ସମ୍ପାଦକ କହିଛନ୍ତି । କର୍ମଚାରୀ ସଂଘ ଘଟଣା କୁ ଗୁରୁତର ସହ ନେଇଛି ଓ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଦୀନବନ୍ଧୁ ଏବେ ବୁର୍ଲା ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ଆଉ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶିକ୍ଷାର ମନ୍ଦିର ପରିବେଶରେ  ଏଭଳି ଘଟଣା ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି ।

0
0
0
s2sdefault