ସୋଆ ପକ୍ଷରୁ ବୃତିଗତ ଏବଂ ଗବେଷଣାଭିତ୍ତିକ ଲେଖାକୁ ନେଇ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Landing Page

ଭୁବନେଶ୍ୱର(ଶାସକ ପ୍ରଶାସକ) : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି ।

ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍ଲପ୍ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ଗବେଷଣା ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ ।

ଏହି ଫ୍ୟାକଲ୍ଟି ଡେଭେଲପମେଣ୍ଟ  ପ୍ରୋଗ୍ରାମଟି  ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ  ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ଲେଖା ହେଉଛି ଏକ କଳା ଏବଂ ଏହାକୁ କିଭଳି ବସ୍ତୃତ ଭାବରେ ଲେଖାଯାଇପାରିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ବୁଝାଇଥିଲେ ।

ଉଦ୍ୟାପନୀ କାର୍ଯ୍ୟକ୍ରମରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଇନଫ୍ଲିବନେଟ  କେନ୍ଦ୍ରର ନିର୍ଦ୍ଦେଶକ  ପ୍ରଫେସର ଜେ.ପି ସିଂହ ଜୋରିଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ଏବଂ ଏହି ସମ୍ପର୍କିତ ଗବେଷଣାର ଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲବରେଚ୍ଟ କ୍ଲାସେନ୍, ଭୁବନେଶ୍ୱର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍.କେ. ଜେନା, ଟାଇମ୍ସ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ ର ସିନିୟର୍ ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି ପ୍ରତିଜ୍ଞା ଦାସ ଏବଂ ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଆନନ୍ଦ ମହାନନ୍ଦ ଏହି କାର୍ଯ୍ୟକ୍ରମରେ ମତ ବ୍ୟକ୍ତି କରିଥିଲେ ।

ଉଦ୍ୟାପନୀ କାର୍ଯ୍ୟକ୍ରମରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥ ପ୍ରସାଦ ମୁଖୋପାଧ୍ୟାୟ ଗବେଷଣା କ୍ଷେତ୍ରରେ ଶିକ୍ଷା ଶାସ୍ତ୍ର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଇଟିଇଆରର  ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସ୍ୱୟଂପ୍ରଭା ଶତପଥୀ ଏହି ଏଫ୍ଡିପିର ସଂଯୋଜକ ଥିବା ବେଳେ ବିଭାଗୀୟ ମୁଖ୍ୟ ଡ. କବିତା ଦାସ ସହ-ସଂଯୋଜକ ଥିଲେ । ସେହିପରି ଡ. ଶିବାନୀ ପଟ୍ଟନାୟକ, ଡ. ମାଳବିକାମହାପାତ୍ର, ଡ. ସୁବିସ୍ମିତା ଲେଙ୍କା, ଡ. ମୌସୁମୀ ଦାଶ, ଶ୍ରୀମତି ପ୍ରାଚିଶ୍ରୀ ମିଶ୍ର ଏବଂ ଶ୍ରୀମତି ମୋନାଲିସା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault