ହତାଶ ଲେଖାଶ୍ରୀ ବାଚାଳାମି କରି ଲୋକହସା ହେଉଛନ୍ତି : ଏଲିନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): "ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ ଭାବରେ ସେ ହତାଶ ଆଉ ନିରାଶ ହୋଇ ଯାଇଛନ୍ତି" ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଏଲିନା ଦାଶ କହିଛନ୍ତିା

"ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସକାଳୁ ସକାଳୁ ପ୍ରତିଦିନ ଗଣମାଧ୍ୟମକୁ ଡକେଇ କିଛି ଅବାନ୍ତର, ଭିତ୍ତିହୀନ, ମିଥ୍ୟା ବକ୍ତବ୍ୟ ଦେଉଛନ୍ତି । କରୋନା ଯୋଗୁଁ ସମସ୍ତ ଜନସାଧାରଣ ଚିନ୍ତିତ ଥିଲା ବେଳେ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ହାଇଦର ବିଷୟରେ ଆଇମା କାହାଣୀ ଶୁଣାଉଛନ୍ତିଏବଂ  ଆଉ ଭୀଷଣ ଲୋକହସା ବି ହେଉଛନ୍ତି । ଆମେ ଆଶା କରୁଛୁ ଭଗବାନ ଶ୍ରୀମତୀ ସାମନ୍ତସିଂହାରଙ୍କୁ ସଦବୁଦ୍ଧି  ଦିଅନ୍ତୁଏବଂ ନିତିଦିନିଆ ବାଚାଳାମି କରିବାରୁ ଯେ ସେ ଲୋକହସା ହେଉଛନ୍ତି ଏହା ସେ ବୁଝିପାରନ୍ତୁ" ବୋଲି ଶ୍ରୀମତୀ ଦାଶ କହିଛନ୍ତିା

0
0
0
s2sdefault