୨୭୨କେଜି ଗଞ୍ଜେଇ ଚୋରା ଚାଲାଣ : ଭୁବନେଶ୍ୱରର ଦୁଇ ଚୋରା ବେପାରୀ ଗିରଫ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ମାଦିନାଟ ଗ୍ରାମରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ୨୭୨କେଜି ଗଞ୍ଜେଇ ଏବଂ ଦୁଇଟି ଗାଡ଼ି ଜବତ କରିଛି I ଗିରଫ ଦୁଇ ଗଞ୍ଜେଇ ମାଫିଆ ହେଲେ ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳର ମନୋରଞ୍ଜନ ରାଉତ ଏବଂ କାମପୋଡ଼ା ଗ୍ରାମର ସମୀର ଦିଗାଳ I ବାଲିଗୁଡ଼ା ପୁଲିସ ଏହି ଗଞ୍ଜେଇ ଚୋରା ଚାଲାଣକୁ ନେଇ ୭୨/୨୧ରେ ଏକ ମାମଲା ରୁଜୁ କରି ଦୁଇ ଗଂଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରିଛି I ବାଲିଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ବାଲିଗୁଡା ପୁଲିସକୁ କଡ଼ାକଡ଼ି ଭାବେ ଯାଞ୍ଚ ପେଟ୍ରୋଲିଂ ପାଇଁ ନିର୍ଦ୍ଧେଶ  ଦେଇଥିଲେ I ନିର୍ଦ୍ଧେଶ ପାଇବା ସଂଗେ ସଂଗେ ଏସଆଇ ଆର ମୁଣ୍ଡାରୀ ଏକ ପୁଲିସ ଟିମ ସହ ପେଟ୍ରୋଲିଂ ଏବଂ ଯାନବାହନ ଯାଞ୍ଚ କଡ଼ାକଡ଼ି କରିଥିଲେ I ଏହି ସମୟରେ ବାଲିଗୁଡ଼ା ପୁଲିସ ଦୁଇ ଗିରଫ ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇ ଥିବା ବାଳିଗୁଡ଼ା ପୁଲିସ ସୂଚନା ଦେଇଛି I

0
0
0
s2sdefault