ମାରଓ୍ବାଡି ଯୁବାମଂଚ ନୂତନ କର୍ମକର୍ତ୍ତା ନିର୍ବାଚନ ଓ ଶପଥ ଗ୍ରହଣ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ମାରଓ୍ବାଡି ଯୁବାମଂଚ ପଦ୍ମପୁରର ୨୦୨୧-୨୨ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବିଭିନ୍ନ ପଦ ଯେପରିକି ସଭାପତି ପଦ ପାଇଁ ହରିଶଙ୍କର ଅଗ୍ରୱାଲ,ଉପସଭାପତି ପଦ ପାଇଁ ଭଜନ ଅଗ୍ରୱାଲ,ସମ୍ପାଦକ ପଦ ପାଇଁ ଅଶୁତୋଷ ଅଗ୍ରୱାଲ,କୋଷାଧ୍ୟକ୍ଷ ପଦ।ପାଇଁ ଅମିତ ଗର୍ଗ ଏବଂ ଉପସଚିବ ପଦ ପାଇଁ ସୋମନାଥ ଅଗ୍ରୱାଲ ଓ ଆଦିତ୍ୟ ଅଗ୍ରୱାଲ ନିର୍ବାଚିତ ହୋଇଥିଲେ । ନିର୍ବାଚନ ପରେ ନୂତନ ପଦାଧିକାରୀ ମାନଙ୍କ ଶପଥ ଗ୍ରହଣ ସଭା ଅନୁଷ୍ଠିତ ହୋଇଥିଲା । ଆଶିଷ ବଂସଲ ଓ ଅଜୟ ବଂସଲଙ୍କ ତତ୍ବାବଧାନରେ ସମସ୍ତ ନୂତନ ନିର୍ବାଚିତ ପଦାଧିକାରୀ ମାନେ ଶପଥ ଗ୍ରହଣ କରିଥିଲେ । ସୁନିଲ ଅଗ୍ରୱାଲ ଶପଥ ଗ୍ରହଣ ସଭା ପରିଚାଳନା କରିଥିଲେ । 

0
0
0
s2sdefault