ବ୍ରଜ କିଶୋର ସିଂଭୋଇଙ୍କ ବିୟୋଗରେ ଶୋକ ସଭା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ/ଗୌରବ ଦର୍ଜୀ -ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ ତରଫରୁ ସ୍ଥାନୀୟ ଆଦିବାସୀ ଭବନ ଠାରେ ଦିବଂଗତ ବର୍ଷୀୟାନ ଆଦିବାସୀ ନେତା ଲୋକପ୍ରିୟ ସମାଜ ସେବୀ ତଥା ବଲାଙ୍ଗୀର ଜିଲ୍ଲାର ବରପୁତ୍ର ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ ଅକାଳ ବିୟୋଗରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧ୍ୟକ୍ଷତା ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସିଂ ଭୋଇ ଙ୍କ ଫଟୋଚିତ୍ର ରେ ଆଦିବାସୀ  ମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ଗଭୀର ଶୋକ ପ୍ରକାଶ କରିଥିଲେ। ସ୍ବର୍ଗତ ସିଂ ଭୋଇ ଙ୍କ ସ୍ମୃତି ଚରଣ କରି ଆଦିବାସୀ ମାନେ ପ୍ରକାଶ କରିଥିଲେ ଯେ ୨୦୧୦ ରୁ ୨୦୨୧ ଦୀର୍ଘ ଏଗାର ବର୍ଷ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲା ସଭାପତି ଥିଲେ। ପଶ୍ଚିମ ଓଡ଼ିଶା ଆଦିବାସୀ ସଂଘ ର କାର୍ଯ୍ୟକାରୀ ସଭାପତି ଏବଂ ଓଡ଼ିଶା ର ଆଦିବାସୀ ମହାସଂଘ ର ଉପ ସଭାପତି  ଭାବରେ ଆଦିବାସୀ ମାନଂକ ସାମୁହିକ ବିକାଶ ପାଇଁ ଅନବରତ ଶାଲିଶ ବିହୀନ ଦୁର୍ବାର ଲଢେ଼ଇ କରିଥିଲେ । ଆଦିବାସୀ ପୁଅ ଝିଅ ମାନଂକ  ଶିକ୍ଷା, ମଦ ମୁକ୍ତି, ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଭାଷା , ଧର୍ମ, ସଂସ୍କୃତି ଆଦି ର ସୁରକ୍ଷା , ଆଦିବାସୀ ଙ୍କ ସାମାଜିକ , ଅର୍ଥନୈତିକ , ରାଜନୈତିକ, ବିକାଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଆଦିବାସୀ ସମାଜ ର ସେ ଜଣେ ଦିଗଦର୍ଶକ, ନିର୍ଭୀକ, ନିରେପେକ୍ଷ , ଅଦ୍ୟୁତୀୟ, କ୍ରାନ୍ତିକାରୀ, ପ୍ରସିଦ୍ଧ ବିପ୍ଳବୀ ନେତା ଥିଲେ ବୋଲି ଆଦିବାସୀ ମାନେ ଶୋକ ବ୍ୟକ୍ତ କରିଥିଲେ। ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ମାନଙ୍କୁ ସଡ଼କ, ବିଜୁଳି, ପାନୀୟ ଜଳ ଯୋଗାଣ, ବଲାଙ୍ଗୀର ବାଏ ପାସ ରାସ୍ତା , ଲୋୟାର ସୁକତେଲ ନଦୀବନ୍ଧ ଯୋଜନା, କୃଷକ ସମସ୍ୟା , କୋଶଳ ରାଜ୍ୟ ଆନ୍ଦୋଳନ ରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ନେତାମାନେ ସ୍ମୃତି ଚାରଣ କରିଥିଲେ। ସମ୍ବିଧାନ ପ୍ରଦତ୍ତ ଅଧିକାର ହାସଲ ପାଇଁ ସ୍ବର୍ଗତ ସିଂ ଭୋଇ ଅଧୁରା ଆନ୍ଦୋଳନ କୁ କାର୍ଯ୍ୟକାରୀ କରିବାକୁ ସେମାନେ ସଂକଳ୍ପ କରିଥିଲେ। ଶୋକସଭା ରେ ପଦ୍ମନ ପ୍ରଧାନୀ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବ୍ଲକ ସମ୍ପାଦକ ସୁନିଲ ମାଝୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଜିଲ୍ଲା ସଂଗଠକ ଥବୀର ପୁଝାରୀ, ଙ୍କ ସହିତ ଘାସିରାମ ମାଝୀ, ଚୈତନ ମାଝୀ, ଇନ୍ଦ୍ରମଣି ମାଝୀ, ଜଗନ୍ନାଥ ମାଝୀ, ଦେବସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫୁଲ୍ଲ ପ୍ରଧାନୀ ସଭା ପରିଚାଲାନା କରିଥିଲେ।

0
0
0
s2sdefault