ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) -ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗ ପ୍ରମୁଖଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ଶ୍ରମ ଆୟୁକ୍ତ ଡଃ. ଏନ୍. ଥିରୁମାଲା ନାଏକଙ୍କ ସହିତ ଆଜି ଅପରାହ୍ଣରେ ଭୁବନେଶ୍ୱରଶହୀଦ ନଗର,ବି.ଏମ୍.ସି ଭବାନୀ ମଲ ସ୍ଥିତ ସ୍ମାର୍ଟ ସିଟି କାର୍ଯ୍ୟାଳୟଠାରେ  ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଏହାର ପରିଚାଳନା ସଂପର୍କରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେଭୁବନେଶ୍ୱରମହାନଗର ନିଗମ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ । 

କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଏହି କଲ୍ ସେଣ୍ଟର କାର୍ଯ୍ୟରତଷ୍ଟାଫ୍ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରି ଜନସାଧାରଣ , ସଂକ୍ରମିତ ତଥା ସମ୍ଭାବ୍ୟ ସଂକ୍ରମିତ ମାନଙ୍କୁ ସେମାନେ କିପରି ଆବଶ୍ୟକ ସୂଚନା ପ୍ରଦାନ କରୁଛନ୍ତି, ସେସମ୍ପର୍କରେ ଅବଗତ ହୋଇଥିଲେ । କଲ୍ ସେଣ୍ଟରରେ ଟେଲିଫୋନ୍ ଯେପରି ବେଶୀ ସମୟ ବ୍ୟସ୍ତ ନରୁହେ ଏବଂ ସେଣ୍ଟର ଜରିଆରେ ଅନୁସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ଏଠାରେ ଷ୍ଟାଫ୍ ସଂଖ୍ୟା ବୃଦ୍ଧିକରିବାକୁ ପର୍ଯ୍ୟବେକ୍ଷକଶ୍ରୀମତୀଗର୍ଗ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । 

ପ୍ରକାଶ ଥାଉକି, କୋଭିଡ୍ ପରିଚାଳନା ପାଇଁ  ୨୦୨୧ ମାର୍ଚ୍ଚ ୨୪ ତାରିଖରୁଭୁବନେଶ୍ୱରସ୍ମାର୍ଟସିଟି ପାଇଁ ୧୯୨୯ କଲା ସେଣ୍ଟରର କାର୍ଯ୍ୟକୁ  ତ୍ୱରାନ୍ୱିତ କରାଯାଇଛି । ଏଠାରେ ସ୍ମାର୍ଟସିଟିର ବିଭିନ୍ନସେବା ପାଇଁ ୩୬ ଜଣ କଲ୍ ସେଣ୍ଟର  ଅପରେଟର କାର୍ଯ୍ୟକରୁଛନ୍ତି  । କୋଭିଡ୍  ପରିଚାଳନା ପରିପ୍ରେକ୍ଷୀରେଏଠାରେ କାର୍ଯ୍ୟରତ ଡାଟାଏଣ୍ଟ୍ରି  ଅପରେଟର ଏବଂ ଡାକ୍ତର ମାନେ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁସଙ୍ଗରୋଧ ପରାମର୍ଶ ଦେବା ସହିତ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଯିବା  ପାଇଁ ଆବଶ୍ୟକୀୟ  ପରାମର୍ଶ ଓ ସୂଚନା, କୋଭିଡ୍ ସଂକ୍ରମିତଙ୍କ  ପାଇଁ କଲସେଣ୍ଟରରେ ଥିବା ଡାକ୍ତରମାନଙ୍କ ଦ୍ୱାରା ଔଷଧ  ସେବନ ପରାମର୍ଶ ସଂକ୍ରାନ୍ତୀୟ କାଳ ଗ୍ରହଣ  କରିବା ସହିତ  ପରାମର୍ଶ ଦେଉଛନ୍ତି । କୋଭିଡ୍ ସମ୍ପର୍କିତ  ଆବଶ୍ୟକ ତଥ୍ୟ, ଜନସାଧାରଣ ତଥା ସଂକ୍ରମିତଙ୍କ ପ୍ରଶ୍ନର ଉତ୍ତର, ବିଭିନ୍ନ ଓା୍ୱର୍ଡ ପାଇଁ ନିୟୋଜିତ ୱାର୍ଡ ଅଫିସରଙ୍କ ସୂଚନା ପ୍ରଦାନ କରିବାରେ ସହାୟକ ହେଉଛନ୍ତି । ଏଣୁ କୋଭିଡ୍ମୁକାବିଲା ପାଇଁ ୧୯୨୯ କଲସେଣ୍ଟରର ସୁବିଧା ନେବାକୁ କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।   

 

 

 

0
0
0
s2sdefault