ହେଡଲାଇନସ୍:

ଓଡିଶା ମୋ ପରିବାର ଓ ସୁବଳ ସେନା ତରଫରୁ ମେଗା ରକ୍ତଦାନ ଶିବିର 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବରଗଡ '- ବର୍ତ୍ତମାନ ରକ୍ତ ଭଣ୍ଡାର ଗୁଡିକରେ ଦେଖା ଦେଉଛି ରକ୍ତର ଘୋର ଅଭାବ ।  ଏହି ଅଭାବକୁ ପୂରଣ କରିବା ପାଇଁ ସଚେତନ ସ୍ବେଚ୍ଛାସେବୀମାନେ , ବିଭିନ୍ନ ଅନୁଷ୍ଠାନ ତରଫରୁ କ୍ରମାଗତ ଭାବରେ ପ୍ରଶଂସନୀୟ କାର୍ଯ ସମ୍ପାଦନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ରେ ତଥା ଅନୁରୋଧ କ୍ରମେ ଓଡିଶା ମୋ ପରିବାର , ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଯୁବପିଢ଼ି କୁ ରକ୍ତଦାନ କରିବାକୁ ଉତ୍ସାହିତ କରୁଛି । ପଶ୍ଚିମ ଓଡିଶାର ସର୍ବାଧିକ ପ୍ରିୟ ଯୁବନେତା ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆଜି ଓଡିଶା ମୋ ପରିବାର , ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ,  ସୁବଳ ସେନା ଏବଂ ବନ୍ଧପାଲି ଗ୍ରାମବାସୀ ଦ୍ୱାରା ବିଜେପୁର ବିଧାୟିକା ଶ୍ରୀମତୀ ରିତା ସାହୁ   ଙ୍କ ନିର୍ଦେଶ ରେ ଏକ ମେଗା ରକ୍ତଦାନ ଶିବିର , ବରପାଲି ବ୍ଲକ ବଦ୍ଧପାଲି  ଠାରେ ଆୟୋଜିତ ହୋଇଥିଲା ।  ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରକ୍ତଦାନ ଶିବିରକୁ  ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କରିଥିବା ବେଳେ , ସମାଜର ମଂଗଳ ପାଇଁ ତଥା ବହୁମୂଲ୍ୟ ଜୀବନ ବଞ୍ଚେଇବା ପାଇଁ ଯୁବ ସମାଜକୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ଶ୍ରୀ ଟୀକାୟତ ମହତ୍ତମ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ବରପାଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କିଶୋର ଦଫାଦାର,ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ମଧୁ ପ୍ରଧାନ,ରାଘବ ଭୋଇ ପିଙ୍କୁ ବେହେରା ତରଣୀ ଦେବତା ସୌରଭ ସାହୁ,ଜଟାଶଙ୍କର ଗୁପତା,ବିଜନ ଦାସ,ବନ୍ତ ସେଠ,ରାକେଶ ପଧାନ ସୁରେଶ ମେହେର ପ୍ରମୁଖ ଯୋଗଦାନ କରିଥିବା ବେଳେ ଶିବିର କୁ ସମିତି ସଭ୍ୟ କ୍ଷୀର ସେଠ,ହରିହର ମେହେର, ହେମସାଗର ସାହୁ,ଲକି ରାଉତ,ଦେବନ ବର୍ଗଇ,ଭାଗ ମହନନ୍ଦ,କୁନା ଭୋଇ,ପ୍ରେମ ମେହେର,ରବି ବରିହା,ରମେଶ ଭୋଇ,ବିନା ମେହେର ପ୍ରମୁଖ ସହଯୋଗ କରିଥିଲେ । ଏହି ମେଗା ରକ୍ତଦାନ ଶିବିରରେ ସର୍ବମୋଟ  81 ୟୁନିଟ ରକ୍ତ ସଂଗ୍ରହ  କରାଯାଇଥିଲା । ଆଜି ଏହି ଶିବିରରେ ବହୁ ସଂଖ୍ୟାରେ ନୂତନ ରକ୍ତଦାତା ମାନେ ପ୍ରଥମ ଥର ରକ୍ତଦାନ କରି ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାନ୍ୟବର ମନ୍ତ୍ରୀ ଓ ବିଧାୟିକା ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।

ପ୍ରଚଣ୍ଡ ଖରାରେ ଓ ମହାମାରୀ ସମୟରେ ସ୍ବେଚ୍ଛାକୃତ ଭାବରେ ସମାଜର ମଙ୍ଗଳ ପାଇଁ ରକ୍ତଦାନ କରିଥିବାରୁ ସମସ୍ତ ରକ୍ତଦାତା , ତଥା ଶିବିର ର ଆୟୋଜକ ମାନଙ୍କୁ ମନ୍ତ୍ରୀ ସିଂ ଓ ବିଧାୟିକା ଶ୍ରୀମତୀ ସାହୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault