ହେଡଲାଇନସ୍:

ଅରୁଣ ବନ୍ଦ କଲେ ଅଭିଯୋଗ ପ୍ରକୋଷ୍ଠ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ)- ସବୁଆଡେ ଏବେ କରୋନା ଆତଙ୍କ | ପ୍ରତିଷେଧକ ବ୍ୟବସ୍ଥା ଭାବେ ପୁଣି ଲେଉଟିଛି ସଟ ଡାଉନ ଆଉ ନାଇଟ କରଫ୍ୟୁ | ଅନାବଶ୍ୟକ ବାହାରକୁ ଆସିବା ଉପରେ ଲାଗିଛି କଟକଣା | ପ୍ରଶାସନ ଓ ସରକାରଙ୍କ ପକ୍ଷରୁ କରାଯାଉଛି ଅନୁରୋଧ କୋଭିଡି ପ୍ରଟୋକଲ ମାନିବା ପାଇଁ ଆଉ ଅନାବଶ୍ୟକ ବାହାରେ ନବୁଲିବା ପାଇଁ | ଆଉ ଏଭଳି ସଂଗୀନ ପରିସ୍ଥିତିରେ ଲୋକମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି କୃଷି, କୃଷକ, ସଶକ୍ତିକରଣ , ମତ୍ସ୍ୟ ଓ ପଶୁପାଳନ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ତାଙ୍କର ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବନ୍ଦ ଘୋଷଣା କରିଛନ୍ତି | ହେଲେ ଯାହାର କିଛି ଅଭିଯୋଗ ଥିବ ସେମାନେ ଅନଲାଇନ ମାଧ୍ୟମରେ ମେଲ ଆଇଡିରେ ଅଭିଯୋଗ କରିପାରିବେ | ସେମାନଙ୍କୁ ପରବର୍ତ୍ତୀ ସମୟରେ ସେମାନଙ୍କ ଅଭିଯୋଗର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଦିଆଯିବ ବୋଲି ମନ୍ତ୍ରଙ୍କ ଦପ୍ତର ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault