ହେଡଲାଇନସ୍:

ମାଓଅଞ୍ଚଳ ରେ ପ୍ରଜାମେଳି:ବାୟାପଡାକୁ ନୂତନ ପଞ୍ଚାୟତ ଦାବିରେ ଗର୍ଜିଲେ ଶହ ଶହ ଆଦିବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ର ନାକାମାମୁଢି ପଞ୍ଚାୟତ ଅନ୍ତର୍ଗତ ବାୟାପଡ଼ା ଗ୍ରାମରେ ପ୍ରଜାମେଳି ହୋଇଥିଲା।  ନାକାମାମୁଢି ପଞ୍ଚାୟତ ର ମୁଦୁଲିଗୁଡା ଏବଂ ବାୟାପଡା କୁ ନୂତନ ପଞ୍ଚାୟତ ନିମନ୍ତେ ପ୍ରଜାମେଳି ରେ ଦାବି କରିଛନ୍ତି ଗ୍ରାମବାସୀ। ଆଜି ବାୟାପଡା ଠାରେ ଏକ ବିରାଟ ପ୍ରଜାମେଳି ଅନୁଷ୍ଠିତ ହୋଇଥିଲା। ସେଠାରେ ଶହ ଶହ ଗ୍ରାମବାସୀ ନିଜର ମୌଳିକ ସମସ୍ୟା ଗୁଡିକୁ ନେଇ ଦାବି କରିଥିଲେ। ୯ ଗୋଟି ଦାବି ଉପସ୍ଥାପନ କରିଥିଲେ। ଉକ୍ତ ଦାବି ଗୁଡିକ ହେଲା:- ବାୟାପଡା ଗ୍ରାମ ଠାରୁ ନିଜ ପଂଚାୟତ କୁ ଯିବାକୁ ହେଲେ ସେମାନେ ୫୦ ରୁ ୬୦ କିଲୋମିଟର ଜଙ୍ଗଲ ପଥୁରିଆ ଘାଟି ରାସ୍ତା ଦେଇ ଅତିକ୍ରମ କରିବାକୁ ପଡୁଛି ତେଣୁ ବାୟାପଡା କୁ ନୂତନ ପଂଚାୟତ ଭାବେ ଘୋଷଣା କରାଯାଉ, ରାସ୍ତା ନଥିବାରୁ ବହୁ ସମସ୍ୟା ର ସମ୍ମୁଖୀନ ହେଉଥିଲେ କିନ୍ତୁ ବର୍ତ୍ତମାନ ବାୟାପଡା ଏବଂ ଟିକରପଡା କୁ ଯେଉଁ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି ତାହା ଅତି ନିମ୍ନମାନର ହେଉଛି ତେଣୁ ସେହି ରାସ୍ତା କୁ ପୁନଃନିର୍ମାଣ କରାଯାଉ, ମେଡିକାଲ ନଥିବାରୁ ଗର୍ଭବତୀ ମହିଳା ମାଆ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ତେଣୁ ତୁରନ୍ତ ସେହି ଅଞ୍ଚଳରେ ଏକ ନୂତନ ମେଡ଼ିକାଲ ନିର୍ମାଣ କରାଯାଉ, ରାସ୍ତା ର ସଂଯୋଗ ନଥିବାରୁ ଅଙ୍ଗନବାଡି କର୍ମୀମାନେ ମଧ୍ୟ ଠିକ ସମୟରେ ଶିଶୁ ଏବଂ ଗର୍ଭବତୀ ମା ମାନଙ୍କ ନିମନ୍ତେ ଆସୁଥିବା ପୁଷ୍ଟିକର ଖାଦ୍ୟ ଯୋଗାଇପାରୁନାହାନ୍ତି, ବୃଦ୍ଧ ବୃଦ୍ଧା ମାନଙ୍କୁ ମାସିକ ଭତ୍ତା ନ ଦେଇ ନିଜେ ଚଳୁ କରିଦେଉଥିବା ଅଭିଯୋଗ କରିଛନ୍ତି, ସରକାର ଦେଉଥିବା ମାସିକ ରାସନ ସାମଗ୍ରୀ ଯଥା:- ଚାଉଳ, ଡାଲି ଏବଂ କିରୋସିନ ସେମାନଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି ଏବଂ ପ୍ରତ୍ୟେକ ଗ୍ରାମକୁ ରିଭିନ୍ୟୁ ଗ୍ରାମ କରାଯାଉ ବୋଲି ଅଞ୍ଚଳବାସୀ ପ୍ରଜାମେଳି ମାଧ୍ୟମରେ ଦାବି କରିଛନ୍ତି। ତେବେ ଏସବୁ ସମସ୍ୟା ନେଇ ବାରମ୍ବାର କୋରୁକୋଣ୍ଡା ବିଡ଼ିଓ, ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ସ୍ଥାନୀୟ ସାଂସଦ ଏବଂ ବିଧାୟକ ଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ଯଦି ଏହାର ପ୍ରତିକାର କରାନଯାଏ ତାହେଲେ ଏହି ୧୭ ଗୋଟି ଗ୍ରାମର ଗ୍ରାମବାସୀ ରାଜ ରାସ୍ତା କୁ ଓଲ୍ହାଇବା ସହ ବ୍ଲକ ଏବଂ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି।

0
0
0
s2sdefault