ହେଡଲାଇନସ୍:

ୟୁଏସ୍ଏ ଏଲସିଇରେ ଯୋଗଦେଲେ ଏକମାତ୍ର ଓଡ଼ିଆ ଲାୟନ୍ ବିଶ୍ୱନାଥ ମହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ୟୁଏସ୍ଏ ଏଲସିଇରେ ଯୋଗଦେଲେ ଏକମାତ୍ର ଓଡ଼ିଆ ଲାୟନ୍ ବିଶ୍ୱନାଥ ମହାନ୍ତି

ଭୁବନେଶ୍ୱର, ୨୪/୦୬ : ୟୁନାଇଟେଡ୍ ଷ୍ଟେଟ୍ସ ଅଫ ଆମେରିକାର ଲସ୍ ଭେଗାସ୍ ସିଟିରେ ଆୟୋଜିତ ‘ଲାୟନ୍ସ କ୍ଲବ ଅଫ ଇଂଟରନ୍ୟାସନାଲ'(ଏଲସିଇ)ରେ ଯୋଗ ଦେଉଛନ୍ତି ଏକମାତ୍ର ଓଡ଼ିଆ ଲାୟନ୍ସ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି । ଚଳିତ ଜୁନ ୨୬ରୁ  ବିଶ୍ୱର ସର୍ବ ବୃହତମ ଓ ସର୍ବପୁରାତନ ହେଟେଲ ‘ଏମଜେଏମ 'ରେ ପାଳିତ ହେବାକୁ ଥିବା ‘ଲାୟନ୍ସ କ୍ଲବ ଅଫ ଇଣ୍ଟରନାସନାଲ' ଫେଷ୍ଟିଭାଲରେ ଲାୟନ୍ସ କ୍ଲବ ଇଣ୍ଟରନାସନାଲ, ଭୁବନେଶ୍ୱର ଡିଷ୍ଟ୍ରିକ୍ଟ ୩୨୨ ସି-୪ ପକ୍ଷରୁ ରାଜଧାନୀର ଏକ ତାରକା ହୋଟେଲରେ ଲାୟନ ବିଶ୍ୱନାଥ ମହାନ୍ତିଙ୍କୁ ‘ବନ୍ ଭୟେଜ୍' କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ସଦସ୍ୟମାନଙ୍କ ତରଫରୁ କ୍ଲବର ଗଭର୍ଣ୍ଣର ଶ୍ରୀ ମହାନ୍ତିଙ୍କ ଶୁଭଯାତ୍ରା କାମନା କରି ବିଶ୍ୱ ସମୂହର ପ୍ରତିନିଧିମାନଙ୍କୁ ଶୁଭବାର୍ତ୍ତା ଦେବା ପାଇଁ ଆହ୍ୱାନ କରାଯାଇଥିଲା । ସାରା ବିଶ୍ୱର ଇଣ୍ଟରନାସନାଲ ଲାୟନ୍ସ କ୍ଲବରୁ ଏହି ଉତ୍ସବରେ ୨୧୦ ଦେଶର ମୋଟ ୭୫୦ ଜଣ ଲାୟନ୍ସ ଯୋଗ ଦେଇଛନ୍ତି । ଏଥିରେ ଭାରତରୁ ୭୧ ଜଣ ଏବଂ ଓଡ଼ିଶାରୁ ଏକମାତ୍ର ଆନ୍ତର୍ଜାତିକ ଲାୟନ୍ସ ଭାବେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଲାୟନ୍ସ ବିଶ୍ୱନାଥ ମହାନ୍ତି । ଏହି ଅବସରରେ ଭୁବନେଶ୍ୱର ଡିଷ୍ଟ୍ରିକ୍ଟ ୩୨୨ ସି-୪ର ପ୍ରଥମ ମହିଳା ଗଭର୍ଣ୍ଣର ଭାବେ ଶ୍ରୀ ମହାନ୍ତିଙ୍କ ସହଧର୍ମିଣୀ ରେବତୀ ଶ'ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଭର୍ଣ୍ଣର ଲାୟନ ରେବତୀ ଶ ମଧ୍ୟ ‘ଲାୟନ୍ସ କ୍ଲବ ଅଫ ଇଣ୍ଟରନାସନାଲ'ରେ ଶ୍ରୀ ମହାନ୍ତିଙ୍କ ସହ ଯୋଗ ଦେଇଛନ୍ତି । ଆଜି ଅପରାହ୍ନରେ ଗଭର୍ଣ୍ଣର ଲାୟନ ବିଶ୍ୱନାଥ ମହାନ୍ତି ଏବଂ ଗଭର୍ଣ୍ଣର ଲାୟନ ରେବତୀ ଶ'ଙ୍କୁ ଶତାଧିକ ଲାୟନ୍ସମାନେ ବାଇକ୍ ଶୋଭାଯାତ୍ରାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପର୍ଯ୍ୟନ୍ତ ନେଇ ସେଠାରେ  ବିଦାୟ ଶୁଭେଚ୍ଛା ଜଣାଇଥିଲେ । 

 

0
0
0
s2sdefault