ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ  ‘ଆଦିମ ଓଆର ଜରପା’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

23-06-18-sarijini.jpg - 122.31 kB

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ (ଏଓଜେ) ଅନୁଷ୍ଠାନକୁ ସରକାର ୧ ଏକର ଜମି ଦେବାକୁ ଚଳିତମାସ ୨୧ ତାରିଖ ଦିନ କ୍ୟାବିନେଟ୍‍ରେ ନିଷ୍ପତ୍ତି ନେଇଥିଲେ । ସରକାର ଏହି ଅନୁଷ୍ଠାନ ଉପରୁ ଜମିର ଅଧା ମୂଲ୍ୟ ବାବଦରେ ୨୫ଲକ୍ଷ ଟଙ୍କା ଛାଡ଼ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଆଜି ଭୁବନେଶ୍ୱରର ଜନଜାତି ସଂପ୍ରଦାୟର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଦାମ ମାର୍ଣ୍ଡି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଯୋଗୁ ଏଓଜେ ସଂସ୍ଥା ମାଧ୍ୟମରେ ଜନଜାତିଙ୍କ ଶିକ୍ଷା ଓ ସାମାଜିକ ବିକାଶରେ ଅଧିକ ସହାୟକ ହୋଇପାରିବ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିଶ୍ଚତରୂପେ ସ୍ୱାଗତଯୋଗ୍ୟ । 

ଅନେକ ଦିନରୁ ଏହି ସଂସ୍ଥା ବିଭିନ୍ନ ଜନହିତକର, ସାମାଜିକ, ସାଂସ୍କୃତି କାର୍ଯ୍ୟ କରିଆସୁଛି । ସରକାରଙ୍କ ଏଭଳି ପ୍ରୋତ୍ସାହନ ଯୋଗୁ ଆସନ୍ତା ଦିନମାନଙ୍କରେ ଆଦିବାସୀ, ଆର୍ଥôକ ଅନଗ୍ରସର ଓ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସେବାରେ ନିଜକୁ ଅଧିକ ମାତ୍ରାରେ ଏଓଜେ ଅନୁଷ୍ଠାନ  ନିୟୋଜିତ କରିବ ବୋଲି ଉପସ୍ଥିତ ନେତୃବୃନ୍ଦ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ସରୋଜିନୀ ହେମ୍ବମ୍‍, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡିଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

23-6-18--saro.jpg - 99.49 kB

0
0
0
s2sdefault